ରାଜ୍ୟ

ମାୟାଧରଙ୍କ ଯୁଦ୍ଧ – ସଇତାନ୍‍ ସାବଧାନ୍‍ ପୁସ୍ତକ ଉନ୍ମୋଚିତ – Ibnodisha

[ad_1]

ବ୍ୟାସନଗର : ଯୁଦ୍ଧରେ ଥରୁଛି ସାରାବିଶ୍ୱ ଏବେ ଇସ୍ରାଏଲ-ଗାଜାରେ ଦୁଇମାସଧରି ରକ୍ତଯୁଦ୍ଧଚାଲି ଅସଂଖ୍ୟ ଜୀବନ ଓ ଧନସଂପତ୍ତି ମାଟିରେ ମିଶାଇଦିଆଯାଇଛି । ରୁଷ୍‍-ୟୁକ୍ରେନ୍‍ ଯୁଦ୍ଧ ସରିବାକୁ ନାହିଁ । ୨୦୨୪ରେ ଆମେରିକା, ଇଂଲଣ୍ଡ, ଇସ୍ରାଏଲ, ଭାରତ ପ୍ରମୂଖ ଦେଶମାନଙ୍କରେ ଭୟଙ୍କର ଭୋଟ୍‍ଯୁଦ୍ଧ ହେବାକୁ ଯାଉଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକଙ୍କ “ଏ ଯୁଦ୍ଧ ଯୋଜନାବଦ୍ଧ : ସଇତାନ୍‍ ସାବଧାନ୍‍” ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରକାଶକ କୃଷକ ଲକ୍ଷ୍ମଣ ଦାଶ, ପ୍ରତିଷ୍ଠାତା ସର୍ବଭାରତୀୟ ଠେଙ୍ଗାବାହିନୀ ଉପସ୍ଥିତ ଥିଲେ । ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଜିଲ୍ଲାରୁ ବହୁ ଶ୍ରମିକନେତା ଏହି ଉତ୍ସବରେ ସାମିଲ ଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଶ୍ରୀ ନାୟକ କହିଲେ – ଯୁଦ୍ଧରେ ଏ ଜଗତ ଓ ଜୀବନ ଜର୍ଜରିତ । ବଡ ସାଂଘାତିକ ଏ ଶୋଚନୀୟ ସାମରିକତା – ଯାହା ଆମର ଏ ଜୀବନ୍ତ ଗ୍ରହର ଭବିଷ୍ୟତକୁ ଗୋଟାଏ ପାଉଁଶ ପିଣ୍ଡୁଳାରେ ପରିଣତି ପ୍ରଦାନ ନିମନ୍ତେ ନିତ୍ୟନିୟତ ଷଡଯନ୍ତ୍ରରତ ! ଏସବୁ ଯୁଦ୍ଧରେ ସାମରିକ ଅସ୍ତ୍ର ବିକ୍ରେତା ବିଭତ୍ସ ବଣିକତନ୍ତ୍ରର କୁତ୍ସିତ କରାଳ କୀଟବର୍ଗ ! ଅସ୍ତ୍ର ବେପାରୀଙ୍କ ଜଘନ୍ୟ ଷଡଯନ୍ତ୍ର ଓ ମାୟାଜାଲରେ ପ୍ରାୟ ସବୁଦେଶ ଫସିଯାଇଛନ୍ତି । ଏମାନଙ୍କ ଘୃଣ୍ୟ ଚକ୍ରାନ୍ତର ପର୍ଦ୍ଦାଫାଶ୍‍ କରି ସେମାନଙ୍କୁ ବାଛନ୍ଦ କରିବା ଏକାନ୍ତ ଜରୁରୀ ହୋଇପଡିଛି । ଏହି ସଇତାନ୍‍ ସାବଧାନ୍‍ ପୁସ୍ତକରେ ଯାହା ଯାହା ବିଶ୍ଲେଷଣ କରାଯାଇଛି – ତାହା ବିଶ୍ୱର କୌଣସି ଦେଶ କିମ୍ବା ନେତାଙ୍କ ଠାରୁ ଅଧିକ ବିଶ୍ଲେଷଣ ହୋଇଛି ବୋଲି ଶ୍ରୀ ନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଶ୍ରୀ ନାୟକ କହିଲେ – ପୃଥିବୀରେ ଆଜି ଅଶାନ୍ତ ଅଶୁଭ ଝଡ ସବୁଠି । ଯୁଦ୍ଧର ଜଳନ୍ତା ନିଆଁ ଲାଗିଯାଇଛି ଏ ଦେଶ, ସେ ଦେଶ – ବିଭିନ୍ନ ବିଦେଶ । ବିକଳ ବିବ୍ରତ ଆଜିର ମଣିଷ ମହାବିତ୍ପାତର ବିଶାକ୍ତ ବ୍ୟୂହବଳୟରେ । ଏ ଆସନ୍ନ କାଳରାତ୍ରିର ଅବିଶ୍ୱାସ୍ୟ ଅନ୍ଧକାର ଉପରେ ମୋର ଏ ‘ସଇତାନ୍‍ ସାବଧାନ୍‍’ ପୁସ୍ତକଟି ସାରାବିଶ୍ୱରେ ଯେତେ ନେତା, ଯେତେ ଦେଶ ଯାହା ଯାହା କହିଛନ୍ତି ଓ କହୁଛନ୍ତି – ମୁଁ ସେସବୁ ଉର୍ଦ୍ଧକୁ ଯାଇ ବିଶ୍ଲେଷଣ କରିଛି । ଏ ଓଡିଆ ଭାଷାର ପୁସ୍ତକ ଖୁବ୍‍ ଶୀଘ୍ର ଇଂରାଜୀରେ ପ୍ରକାଶିତ ହୋଇ ସାରାବିଶ୍ୱବାସୀଙ୍କ ପାଖରେ ପହଂଚିବବୋଲି ଆଶା ଓ ବିଶ୍ୱାସ ପ୍ରକଟ କରି ଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button