ଅପରାଧ

ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ – Ibnodisha

[ad_1]

କଟକ : ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବାର ୫ ଦିନ ପରେ ପୁଲିସ୍‌ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ ବୋହୂକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଢ଼ୁଆଁ ଅଷ୍ଟମୀ ଥିବାରୁ ଗତ ୫ ତାରିଖରେ ବାରଙ୍ଗ ଥାନା ମଧୁପୁର ଗାଁର ସରୋଜ ସାହୁ ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ। ତେଣୁ ରାତିରେ ତାଙ୍କ ପତ୍ନୀ ସରସ୍ଵତୀ ସାହୁ ଓ ମାଆ ସୁଚିତ୍ରା ଗୋଟିଏ ଘରେ ଶୋଇଥିଲେ। ଆଉ ବାପା ଚତୁର୍ଭୁଜ ସାହୁ ତାଙ୍କର ପୁରୁଣା ଘରେ ଶୋଇଥିଲେ। ଶୋଇଲା ବେଳେ ଲୁଗା ଖୋଲା କରି ଶୋଇବାକୁ ଚାହୁଁଥିଲେ ବୋହୂ। ତେଣୁ ଲାଇଟ୍‌ ବନ୍ଦ କରିବାକୁ କହିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଶାଶୁ ସୁଚିତ୍ରା। ରାତିରେ ଲାଇଟ୍‌ ଜଳିବ ବୋଲି କହିଥିଲେ। ଯାହାକୁ ନେଇ ସାମାନ୍ୟ କଳହ ହୋଇଥିଲା। ସେପଟେ ଘରେ ପୁଅ ନଥିବାରୁ ସୁରକ୍ଷା ଦୃଷ୍ଟିରୁ ଶାଶୁ ପାଖରେ ଗୋଟିଏ ଲୁହା ରଡ୍‌ ରଖିଥିଲେ। ସେହି ଲୁହା ରଡ୍‌ରେ ଶାଶୁ ସୁଚିତ୍ରାଙ୍କୁ ବୋହୂ ସରସ୍ୱତୀ ଆକ୍ରମଣ କରିଥିଲେ। ସେଠାରେ ଶାଶୁ ଓ ବୋହୂଙ୍କ ମଧ୍ୟ ଠେଲାପେଲା ହୋଇଥିଲା। ଯେଉଁଥିପାଇଁ ବୋହୂଙ୍କ ହାତରେ ସାମାନ୍ୟ କ୍ଷତ ହୋଇଥିଲା। ଏହା ପରେ ସରସ୍ୱତୀ ଲୁହା ରଡ୍‌ରେ ଶାଶୁ ସୁଚିତ୍ରାଙ୍କ ମୁଣ୍ଡର ପାହାରେ ପକାଇଥିଲେ। ସେହିଠାରେ ଟଳି ପଡ଼ିଥିଲେ ସୁଚିତ୍ରା। ଶାଶୁଙ୍କ ମୃତ୍ୟୁ ପରେ ସରସ୍ୱତୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ଲାଗି ପଡ଼ିଲେ। ରାତିରେ ନିଜ ଦେହ ଓ ଶାଢ଼ୀରେ ପଡିଥିବା ରକ୍ତ ଛିଟାକୁ ଧୋଇ ଦେଇଥିଲେ। ରକ୍ତ ଭିଜା ଲୁଗା ଓ ଲୁହା ରଡ୍‌କୁ ଲୁଚାଇ ଦେଇଥିଲେ। ରାତି ପାହିଲା। ଶାଶୁଙ୍କ ମୃତ୍ୟୁ ନେଇ ଶ୍ୱଶୁରଙ୍କୁ ଖବର ଦେଇଥିଲେ ବୋହୂ ସରସ୍ୱତୀ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ୍‌ ତଦନ୍ତ ଚଳାଇଥିବା ବେଳେ ବୋହୂ ସରସ୍ୱତୀଙ୍କ ଉପରେ ସନ୍ଦେହ ବଢ଼ିଥିଲା। ତେଣୁ ସରସ୍ୱତୀଙ୍କୁ ପୁଲିସ୍‌ ପଚରା ଉଚରା କରିଥିଲା। ପଚରାଉଚରା ବେଳେ ସରସ୍ୱତୀଙ୍କ ବୟାନ୍‌ର ତାଳମେଳ ରହୁନଥିଲା। ତା’ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲେ। ରଡ୍‌ରେ ପିଟି ହତ୍ୟା କରିଥିବା ପୁଲିସ୍‌ ଆଗରେ ସରସ୍ୱତୀ ସ୍ୱୀକାର କରିଥିଲେ। ଏହା ପରେ ପୁଲିସ୍‌ ତାଙ୍କୁ ଗିରଫ କରିବା ସହିତ ରକ୍ତଭିଜା ଲୁଗା ଓ ଲୁହା ରଡ୍‌ ଜବତ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button