ରାଜ୍ୟ

ଗୁଡି ଉଡାଇବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ – Ibnodisha

[ad_1]

ଭୁବନେଶ୍ୱର : ଗୁଡି ଉଡାଇବା ହେଲା କାଳ । ଟ୍ରେନ ଧକ୍କାରେ ଗଲା ନାବାଳକଙ୍କ ଜୀବନ । ମୃତକ ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ସୂର୍ଯ୍ୟ ନବମ ଶ୍ରେଣୀରେ ପାଠ ପଢୁଥିଲେ ।

ଖବର ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ଟ୍ରେନ୍‌ ଲାଇନ୍‌ କଡ଼ରେ ଗୁଡି ଉଡାଉଥିଲେ । ସୂତା କଟିଯିବାରୁ ଟ୍ରେନ୍‌ ଲାଇନ୍‌ ଅପର ପଟକୁ ଗୁଡ଼ି ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ସୂର୍ଯ୍ୟଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୋଡ କଟିଯାଇଥିଲା।

ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହିତ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button