ରାଜନୀତି
ମଦ ଟଙ୍କା : ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି – Ibnodisha
[ad_1]
ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ବିଭିନ୍ନ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ଏ ନେଇ ଅନିଲ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି । ୭ଦିନ ପରେ ବି ମୁଖମନ୍ତ୍ରୀ ଚୁପ୍ ରହିବା ନେଇ ପ୍ରଶ୍ନ କଲେ ଅନୀଲ ବିଶ୍ୱାଳ । ଆଇନ୍ ତା’ ବାଟରେ ଯିବ କହୁଥିବା ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ।
୨୦୨୯ରେ ବୌଦ୍ଧ ଡିଷ୍ଟିଲାରିଜ୍କୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଶିକ୍ଷାନୁଷ୍ଠାନ ଯାଉନଥିବା ମୁଖ୍ୟମନ୍ତ୍ରୀ ମଦଭାଟି ଉଦ୍ଘାଟନକୁ କେମିତି ଗଲେ । ବୌଦ୍ଧ ଡିଷ୍ଟିଲାରିଜ୍ ସହ ମୁଖ୍ୟମନ୍ତ୍ରୀଙ୍କର କିଛି ସମ୍ପର୍କ ଅଛି କି ବୋଲି ପ୍ରଶ୍ନ କଲେ ଅନୀଲ ବିଶ୍ୱାଳ । ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ଦୁଗ୍ଧ ପ୍ଲାଣ୍ଟ ନାହିଁ, କିନ୍ତୁ ୬୨ ଟି ମଦ ଭାଟି ଅଛି । ଏହାର ଉତ୍ତର ରାଜ୍ୟର ଶାସନ ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ । ବିଜେପିର ଆରୋପ ପେଇ ସିଏମ୍ଓ କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
[ad_2]