ଦେଶ

ସଂସଦରେ ଆତଙ୍କୀ ହମଲାକୁ ପୁରିଲା ୨୨ ବର୍ଷ – Ibnodisha

[ad_1]

ନୂଆଦିଲ୍ଲୀ: ଡିସେମ୍ବର ୧୩, ୨୦୦୧ । ସାରା ଭାରତୀୟଙ୍କ ପାଇଁ ଏକ କଳାଦିନ । ଏହି ଦିନ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କୀ ହମଲା । ଯେଉଁଥିରେ ୯ଜଣ ଶହୀଦ ହୋଇଥିଲେ । ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ଅର୍ଥାତ ସୁରକ୍ଷା କବତ ଘେରରେ ଥିବା ପାର୍ଲିଆମେଣ୍ଟ ପରିସରରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଆତଙ୍କବାଦୀ । ହେଲେ ନିଜ ଜୀବନକୁ ବାଜି ଲଗାଇ ଅନେକ ଜୀବନ ବଞ୍ଚାଇଥିଲେ ସୁରକ୍ଷାକର୍ମୀ । ତେବେ ଏହି କଳାଦିନକୁ ଏହାମଧ୍ୟରେ ୨୨ ବର୍ଷ ପୁରି ସାରିଛି । ହେଲେ ଆଜି ବି ମନରୁ ଲିଭିନି ସେହି କଳାଦିନର କାହାଣୀ । ସଂସଦ ଉପରେ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୁରି ଥିବା ବେଳେ ଏହି ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମନେ ପକାଉଛି ପୁରା ଦେଶ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧୀ ସମେତ ଅନେକ ନେତା ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ସମୟରେ ଶହୀଦମାନଙ୍କ ପରିବାର ତଥା ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଶଦୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପଚି ଓମ ବିର୍ଲା, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button