ଦେଶ

ପରକୀୟା ପ୍ରୀତି କଲେ ମହିଳାଙ୍କୁ ବିଚ୍ ରାସ୍ତାରେ ହେବ ପଥର ମାଡ଼ – Ibnodisha

[ad_1]

ତାଲିବାନ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପୁଣିଥରେ ଦେଶକୁ କଳାଯୁଗ ମଧ୍ୟକୁ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଛି । ତାଲିବାନ ସୁପ୍ରିମୋ ହିବାତୁଲ୍ଲା ଅଖୁଣ୍ଡଜାଦା ଆଜି ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସେ ଗୋଟିଏ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଆଫଗାନିସ୍ତାନର କୌଣସି ମହିଳା ଯଦି ପରକୀୟା ପ୍ରୀତିରେ ସାମିଲ ହୁଅନ୍ତି, ତା’ହେଲେ ତାଙ୍କୁ ବିଚ୍ ରାସ୍ତାରେ ମୃତ୍ୟୁଦଣ୍ଡ ଦିଆଯିବା । ଏପରି ମହିଳାଙ୍କୁ ରାସ୍ତାରେ ଛିଡ଼ା କରାଯିବ ଓ ମୃତ୍ୟୁ ହେବା ଯାଏ ପଥାର ମାଡ଼ କରାଯିବ । ତାଲିବାନ ପଶ୍ଚିମ ଦେଶଗୁଡ଼ିକର ତଥାକଥିତ ଗଣତନ୍ତ୍ର ବିରୋଧରେ ଲଢ଼େଇ ଜାରି ରଖିବ ବୋଲି ମଧ୍ୟ ସେ କହିଛନ୍ତି । ଗୋଟିଏ ବାର୍ତ୍ତାରେ ହିବାତୁଲ୍ଲା ଅଖୁଣ୍ଡଜାଦା କହିଛନ୍ତି ଯେ ବିଦେଶୀ ରାଷ୍ଟ୍ରଗୁଡ଼ିକ ମହିଳା ଅଧିକାର ସମ୍ପର୍କରେ ଯେଉଁ ସବୁ କଥା କହୁଛନ୍ତି, ସେସବୁ ତାଲିବାନର ଇସଲାମିକ ଶରିଆ ଆଇନ ସହ ଖାପ ଖାଉ ନାହିଁ । ପଶ୍ଚିମଦେଶ ଗୁଡ଼ିକ କହୁଥିବା ଅଧିକାର ମହିଳାମାନେ ଚାହୁଁଛନ୍ତି କି? ସେସବୁ ଶରିଆ ବିରୋଧୀ । ମୌଲବୀମାନେ ଏହା ବିରୋଧରେ ରହିଛନ୍ତି । ସେମାନେ ୱେଷ୍ଟର୍ଣ୍ଣ ଗଣତନ୍ତ୍ରକୁ ଭାଙ୍ଗିଛନ୍ତି । ସେ କହିଛନ୍ତି, “ଆମେ ୱେଷ୍ଟର୍ଣ୍ଣ ଦେଶ ବିରୋଧରେ ୨୦ ବର୍ଷ ଲଢ଼ିଛୁ ।

ଆମେ ଆହୁରି ୨୦ ବର୍ଷ କିମ୍ବା ଦରକାର ପଡ଼ିଲେ ତା’ ଠାରୁ ଅଧିକ ବର୍ଷ ଲଢ଼ିବୁ । ତୁମେମାନେ ଚାଲି ଯାଇଥିଲେ ମଧ୍ୟ ଲଢ଼େଇ ସରିନି । ମୁଜାହିଦନମାନେ ଏବେ ଶାନ୍ତିରେ ବସିବେ ଓ ଚା’ ପିଇବେ ବୋଲି ଭାବନ୍ତୁ ନାହିଁ । ଏଠାରେ ଶରିଆ ଲାଗୁ ହେବ । ଆମେ କାବୁଲ ଦଖଲ କରିବା ବେଳକୁ ଏହା ଶେଷ ହୋଇ ଯାଇଥିଲା । ଏବେ ଆମକୁ ଶରିଆ ପୁଣି ଆଣିବାକୁ ପଡ଼ିବ । ମହିଳାମାନଙ୍କ ଉପରକୁ ପଥର ମାଡ଼ କଲେ ସେମାନଙ୍କର ଅଧିକାରର ଉଲ୍ଲଙ୍ଘନ ହେଉଛି ବୋଲି କୁହାଯାଇଛି । କିନ୍ତୁ ଆମେ ପରକୀୟା ପ୍ରୀତି ପାଇଁ ଦଣ୍ଡବିଧାନ କରିବାକୁ ପୁଣି ଏହାକୁ ଲାଗୁ କରିବୁ । ଆମେ ସର୍ବସାଧାରଣରେ ମହିଳାଙ୍କୁ ଦଣ୍ଡ ଦେବୁ । ସେମାନଙ୍କୁ ବିଚ ରାସ୍ତାରେ ଛିଡ଼ା କରି ପଥର ମାଡ଼ କରାଯିବ । ୨୦୦୧ରେ ଆମେରିକା ସେନା ଆଫଗାନରେ ପ୍ରବେଶ କରିବା ସହ ତାଲିବାନ ଶାସନରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । କିନ୍ତୁ ତାଲିବାନ ଶାସନ ଗାଦିରୁ ହଟିଥିଲେ ହେଁ ଆମେରିକା ସେନା ସ୍ୱଦେଶ ଫେରି ନଥିଲା । ୱେଷ୍ଟର୍ଣ୍ଣ ସମର୍ôଥତ ସରକାର ୨୦ ବର୍ଷ କାଳ ଦେଶକୁ ଶାସନ କରିଥିଲେ । କିନ୍ତୁ ଆମେରିକା ସେନା ୨୦୨୧ରେ ଆଫଗାନି ଛାଡ଼ିବାରୁ ତାଲିବାନ ପୁଣି ଏହାକୁ ଦଖଲ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button