ରାଜନୀତି

ଆସନ୍ତା ୨୬ ତାରିଖରେ ୨୭ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି – Ibnodisha

[ad_1]

ଭୁବନେଶ୍ବର : ଶୁକ୍ରବାର ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଏହି ବୈଠକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ । ପୂର୍ବାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତିଷ୍ଠା ଦିବସ ଉପରେ ଆଲୋଚନା ହେବ । ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଯୁବ ନେତାମାନେ ଏହି ବୈଠକରେ ଯୋଗଦେବେ । ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି । ପ୍ରତିଷ୍ଠା ଦିବସରେ ବହୁ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଜୀବନବିନ୍ଦୁ, ବୃକ୍ଷ ରୋପଣ, ଗଣଦୌଡ଼ ଭଳି ବହୁ କାର୍ଯ୍ୟକ୍ରମ ସବୁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଆରମ୍ଭ ହେବ । ଆଗାମି ଦିନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ସଂଗଠନକୁ ସୁଦୃଢ଼ କରିବ । ମୁଁ ବି ହେବି ନବୀନ ଓଡ଼ିଶା ସାରଥୀ’ ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ଯୁବକ ଓ ଛାତ୍ରମାନେ ସାମିଲ ହେବେ । ଏହି ପ୍ରତିଷ୍ଠା ଦିବସରେ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ଆମ ସଫଳ ବିକାଶ ଯାତ୍ରାକୁ ପୂର୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାର ନେବା । ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାର ସବୁ କ୍ଷେତ୍ରର ଏବଂ ସବୁ ବର୍ଗର ଲୋକମାନଙ୍କ ବିକାଶ ପାଇଁ ବିଜେଡ଼ିର ଆଭିମୁଖ୍ୟ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଶୁଭେଚ୍ଛା ପାଇ ଆସିଛି । ଦଳର କର୍ମକର୍ଷା, ଜନପ୍ରତିନିଧି, ଗାଁରୁ ସହର ତଥା ବଢି ଯାଏଁ ଲୋକ ମାନଙ୍କର ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥି ମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର କରିଛି । ଲଗାତାର ବିଭିନ୍ନ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ସମବାୟ ନିର୍ବାଚନ ସମେତ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ବିଜେଡ଼ିର ଶତପ୍ରତିଶତ ଜିଲ୍ଲାପରିଷଦ ଅଧକ୍ଷ ପଦବୀ, ୮୦ ପ୍ରତିଶତ ପୌରାଞ୍ଚଳ ଆସନ ପାଇବା ସାଧାରଣ ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରମାଣିତ କରୁଛି । ଲୋକମାନଙ୍କ ଲଗାତାର ଆଶିଷ, ସମର୍ଥନ ଓ ଶୁଭେଚ୍ଛା ଆମର ବିକାଶ ଆଭିମୁଖ୍ୟକୁ ଆଗେଇ ନେବା ପାଇଁ ପ୍ରେରଣା ଦେଇଛି ।ଆମକୁ ଆଗାମୀ ଦିନ ମାନଙ୍କରେ ଓଡ଼ିଶାବାସୀଙ୍କ ସେବାରେ ନିଯୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button