ରାଜ୍ୟ

ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ: ଦେଶରେ ଏନଏଚ୍ ନିର୍ମାଣ କେଉଁଠି କେତେ ? – Ibnodisha

[ad_1]

ନୂଆଦିଲ୍ଲୀ: ସାରା ଦେଶରେ କେତେ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ତିଆରି କରାଯାଇଛି । ଗତ ପାଞ୍ଚ ବର୍ଷ ଭିତରେ ବର୍ଷକୁ ଓ ରାଜ୍ୟଓ୍ବାରୀ କେତେ କିଲୋମିଟର ଜାତୀୟ ରାଜପଥ କରାଯାଇଛି । ସେହିଭଳି ଓଡ଼ିଶାରେ ଗତ ପାଞ୍ଚ ବର୍ଷରେ କେତେ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଜାତୀୟ ରାଜପଥ ଉପରେ ଅପଡେଟ ପାଇଁ ସଂସଦରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବିଭିନ୍ନ ରାଜ୍ୟର ତଥ୍ୟ ରଖିଥିଲେ। ଓଡ଼ିଶାରେ ୨୦୧୮-୧୯ରେ ୮୩୩.୯ କିମି ଏନଏଚ ତିଆରି ହୋଇଥିଲା ବେଳେ ୨୦୧୯-୨୦ରେ ୪୪୦.୭, ୨୦୨୦-୨୧ରେ ୬୮୩.୩, ୨୦୨୧-୨୨ରେ ୫୪୪.୩, ୨୦୨୨-୨୩ରେ ଏପର୍ଯ୍ୟନ୍ତ ସୁଦ୍ଧା ୪୦୯.୭ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି। ଚଳିତ ବର୍ଷ ମହାରାଷ୍ଟ୍ରରେ ସର୍ବାଧକ ୧୦୮୬.୮ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button