ରାଜ୍ୟ

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା – Ibnodisha

[ad_1]

ଢେଙ୍କାନାଳ : ନିଆଁ ପୁଇଁବା ବେଳେ ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ୍ ପଞ୍ଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ ଆଜି ସକାଳେ ଏପରି ଅଘଟଣ ଘଟିଛି। ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ। ସୂଚନା ଅନୁଯାୟୀ, ଆଜି ସକାଳେ ଗୌରୀ ଘର ପାଖରେ ନିଆଁ ଜଳାଇ ପୁଇଁ ହେଉଥିଲେ। ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା । ଗୌରି ଜଳିଯାଇଥିଲେ। ଗୌରୀଦେହରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଦୌଡ଼ି ଆସିଥିଲେ ଓ ନିଆଁ ଲିଭାଇଥିଲେ। ସେତେବେଳେକୁ ଗୌରୀଙ୍କ ଶରୀର ଅଧାଅଂଶ ଜଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button