ରାଜ୍ୟ

ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ମହାଦୁର୍ନୀତି – Ibnodisha

[ad_1]

ଚନ୍ଦ୍ରପୁର: ସରକାରୀ ଅର୍ଥ ଅପହଞ୍ଚ ଅଞ୍ଚଳରେ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସୋରଡ଼ା ପଞ୍ଚାୟତସ୍ଥିତ ପାଣ୍ଡରାଖାଲଠାରୁ କୁଟିଂଗୁଡ଼ା ଗ୍ରାମ ପର୍ଯ୍ୟନ୍ତ ଯାହାର ଦୂରତ୍ୱ ୮ କିଲୋମିଟର ଥିବାବେଳେ ପ୍ରାୟ ଶଙ୍ଖ ୨୩ ଓ ପୋଲ ୨ଟି ଥିବା ଜଣାପଡ଼ିଛି । ପିଚୁ ପଡ଼ିଥିବା ରାସ୍ତା ୧୫ରୁ ୨୦ ଦିନ ପରେ ବି ହାତରେ କାଢ଼଼ିଦେଲେ ପିଚୁ ବାହାରୁଥିବା ଅଭିଯୋଗ ହେବାସହ କିଛି ସ୍ଥାନରେ କଂକ୍ରିଟ କିମ୍ବା ପଥର ଯୋଡ଼େଇ ପାର୍ଶ୍ୱ କାନ୍ଥ ହେବା ବଦଳରେ ବଡ଼ ବଡ଼ କାଠ ଗଣ୍ଡିରେ ସାଇଡ ୱାଲ୍ ତିଆରି ହୋଇଛି ।

ବର୍ଷା ସମୟରେ ପାହାଡ଼ ପର୍ବତର ଝରଣା ପାଣି ଆସି ଧୀରେ ଧୀରେ ରାସ୍ତା ଖରାପ ହେବାକୁ ବେଶୀ ଦିନ ଲାଗିବନି ବୋଲି ଜଣାପଡ଼ିଛି ।
ଏସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଜାଣିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଠିକାଦାରଙ୍କ ସହ ମଧୁ ଚନ୍ଦ୍ରିକା ଥିବା ରାମଚନ୍ଦ୍ର ଡୁଡୁକା, ମିଶ୍ର ଗାଡ଼କା, ରଞ୍ଜନ ଡୁଡୁକା, ଟୁନା ଗାଗେରଙ୍ଗା ଓ ଜହନ ଡୁଡୁକା ପ୍ରମୁଖ ଅଭିଯୋଗ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ଏହି କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଉପଯୁକ୍ତ ଭାବେ ତଦାରଖ ନକରନ୍ତି ତା’ହେଲେ ବ୍ଲକ୍ ଅଫିସ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button