ଅପରାଧ

ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ – Ibnodisha

[ad_1]

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଜଣେ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ନେଇ ବାରକୋଟ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଦୁଷ୍କର୍ମ ଓ ପକ୍ସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତେବେ ଅଭିଯୁକ୍ତ ମାମୁଁ ହାଡ଼ି ନାୟକ ଫେରାର ହୋଇଯାଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି l ଗତ ମଙ୍ଗଳବାର ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ଶିଶୁ କନ୍ୟାଟିର ବାପା କାମ ପାଇଁ ଜିଲ୍ଲା ବାହାରେ ଥିବା ଏବଂ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିଵାର l

ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଗତକାଲି ସନ୍ଧ୍ୟାରେ ପୀଡିତାଙ୍କ ବାପା ଘରକୁ ପହଂଚିବା ପରେ ରାତିରେ ପୀଡିତା ଶିଶୁ କନ୍ୟାସହ ବାରକୋଟ ଥାନାରେ ପହଞ୍ଚି ପୀଡିତା ଶିଶୁ କନ୍ୟାର ମା ଲିଖିତ ଅଭିଯୋଗ କରିଥିଲେ l ମାମଲା ରୁଜୁ ପରେ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ତଦନ୍ତ କାରି ଅଧିକାରୀଙ୍କ ସହ ତଦନ୍ତ ଆରମ୍ଭ କରିଥିଲେ l ଶିଶୁ ଭାଣିଜୀକୁ ଗାଁ ଛକ ପଟେ ବୁଲିବାକୁ ଡାକିନେଇ ଅଭିଯୁକ୍ତ ମାମୁଁ କେନ୍ଦୁପତ୍ର ଫଡିକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିବା ପରେ ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା ଧମକ ଦେଇ ଛାଡିଥିଲା ଅଭିଯୁକ୍ତ l ଆଜି ଶିଶୁ କନ୍ୟାର ଡାକ୍ତରୀ ମାଇନା ସହ ଚିକିତ୍ସା ଜାରି ରହିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ସମସ୍ତ ପ୍ରୟାସ ଜାରି ରଖିଥିବା ପୁଲିସ ସୂତ୍ରରୁ ଜଣାପଡିଛି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button