ଦେଶ

ପାରିବାରିକ କାରଣରୁ ସ୍ୱଦେଶ ଫେରିଲେ କୋହଲି – Ibnodisha

[ad_1]

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ପାରିବାରିକ କାରଣରୁ ସାଉଥ୍ ଆଫ୍ରିକାରୁ ସ୍ୱଦେଶ ଫେରିଛନ୍ତି । ତେବେ ଡିସେମ୍ବର ୨୬ରୁ ସେଞ୍ଚୁରିଅନ୍‌ରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ସାଉଥ୍ ଆଫ୍ରିକା ଫେରିପାରନ୍ତି ବୋଲି ବିସିସିଆଇର ଏକ ସୂତ୍ର ପକ୍ଷରୁ କୁହାଯାଇଛି । ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଦୁଇ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ସ୍କ୍ୱାଡ୍‌ର ସଦସ୍ୟ ଭାବେ କୋହଲି ସାଉଥ୍ ଆଫ୍ରିକା ଗସ୍ତ କରିଛନ୍ତି । ରୋହିତ ଶର୍ମାଙ୍କ ସହ କୋହଲି ଏହି ଗସ୍ତରେ ହ୍ୱାଇଟ୍‌ବଲ୍ ଲେଗ୍ ଖେଳିବାକୁ ମନା କରିଦେଇଥିଲେ । ସେହିପରି ଋତୁରାଜ ଗାଏକ୍‌ୱାଡ୍ ଦୁଇ ଟେଷ୍ଟ୍ ବିଶିଷ୍ଟ ସିରିଜ୍‌ରୁ ବାଦ୍ ଦିଆଯାଇଛି । ତେବେ ଦୁଇ ଖେଳାଳିଙ୍କୁ ନେଇ ବିସିସିଆଇ କୌଣସି ଔପଚାରିକ ବୟାନ ଜାରି କରିନାହିଁ । ମାତ୍ର ଆଘାତ ଯୋଗୁଁ ଋତୁରାଜଙ୍କୁ ବାଦ୍ ଦିଆଯାଇଥିବା କୁହାଯାଉଛି । ସୂତ୍ର ଅନୁସାରେ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ଅନାମିକା ଆଙ୍ଗୁଠି ଫ୍ରାକ୍‌ଚର୍ ହେବା ଯୋଗୁଁ ଟେଷ୍ଟ୍ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ଏକ କ୍ୟାଚ୍ ନେବା ଉଦ୍ୟମ ବେଳେ ଗାଏକ୍‌ୱାଡ୍ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଗାଏକ୍‌ୱାଡ୍‌ଙ୍କ ପୂର୍ବରୁ ୱିକେଟ୍‌କିପର୍ ଇଶାନ୍ କିଶନ୍ ଓ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀ ମଧ୍ୟ ଟେଷ୍ଟ୍ ସିରିଜ୍‌ରୁ ବାଦ୍ ପଡ଼ିଥିଲେ । ବ୍ୟକ୍ତିଗତ କାରଣରୁ ଇଶାନ୍ ସିରିଜ୍‌ରୁ ନାମ ପ୍ରତ୍ୟାହାର କରିନେବା ସହ ଭାରତରେ ରହିବା ନିମନ୍ତେ ବିସିସିଆଇ ଠାରୁ ଅନୁମତି ମାଗିଥିଲେ, ଯାହା ମଞ୍ଜୁର ହୋଇଛି । ତାଙ୍କ ସ୍ଥାନରେ କେଏସ୍ ଭରତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି । ଏହା ପୂର୍ବରୁ ଫିଟ୍‌ନେସ୍ କାରଣରୁ ଆହତ ସିରିଜ୍‌ରୁ ବାଦ୍ ପଡ଼ିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button