ଦେଶ

ଆମେରିକାରେ ଭାରତ ଓ ମୋଦି ବିରୋଧୀ ସ୍ଲୋଗାନ – Ibnodisha

[ad_1]

ନେୱାର୍କ : ଆମେରିକାରେ ପୁଣିଥରେ ଭାରତ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନବାଜି ସାମ୍ନାକୁ ଆସିଛି । ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ନେୱାର୍କ ନଗରୀରେ ଥିବା ସ୍ୱାମୀନାରାୟଣ ମନ୍ଦିର ବାସନା ସଂସ୍ଥା ପ୍ରାଚୀରରେ ଭାରତ ତଥା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଲେଖାଯାଇ ଏହାକୁ ବିରୂପ କରାଯାଇଥିବା ହିନ୍ଦୁ ଆମେରିକାନ ଫାଉଣ୍ଡେସନ୍ ଅଭିଯୋଗ କରିଛି । ଫାଉଣ୍ଡେସନ୍ ପକ୍ଷରୁ ଏସବୁର ଲେଖାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏଥିରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କେତେ ଗୁଡିଏ ସ୍ଲୋଗନ୍ ଲେଖାଯାଇଥିବା ସ୍ପଷ୍ଟ ହୋଇଛି ।

ଏସମ୍ପର୍କରେ ସୂଚନା ଦେଇ ହିନ୍ଦୁ ସଂଗଠନ କହିଛି ଯେ, ମନ୍ଦିର ଦର୍ଶନାର୍ଥେ ଆସୁଥିବା ଲୋକଙ୍କ ମନରେ କଷ୍ଟ ଦେବା ଓ ହିଂସା ଭୟ ସୃଷ୍ଟି କରିବା ଲାଗି ଏଭଳି ଘୃଣ୍ୟ ‘ସ୍ଲୋଗାନ୍‌’ ଲେଖାଯାଇଛି । ଏସବୁ ପଛରେ ଖଲିସ୍ତାନୀ ଉଗ୍ରବାଦୀ ସଂଗଠନ ତଥା କର୍ମକର୍ତ୍ତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ତେବେ ଏସମ୍ପର୍କରେ ନେୱାର୍କ ପୁଲିସ୍ ଡିପାର୍ଟମେଣ୍ଟ ଓ ଡିପାର୍ଟମେଣ୍ଟ ଜଷ୍ଟିସ୍ ସିଭିଲ୍ ରାଇଟସ୍ ଡିଭିଜନ୍‌ରେ ମାମଲା ରୁଜୁ କରାଯିବା ପରେ ନେୱାର୍କ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ଭାରତ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସୂଚନାଯୋଗ୍ୟ ଆମେରିକାରେ ଘଟିଥିବା ଏହି ଘଟଣା ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାରେ ରହୁଥିବା ଖଲିସ୍ତାନୀ ନେତା (ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ) ଗୁରପତୱନ୍ତ ସିଂହ ପନ୍ନୁନ୍‌କୁ ହତ୍ୟା ଉଦ୍ୟମ ହୋଇଥିବା ଏବଂ ଏସବୁରେ ନିଖିଲ ଗୁପ୍ତା ନାମକ ଜଣେ ଭାରତୀୟ ନାଗରିକର ସମ୍ପୃକ୍ତି ଥିବା ଅଭିଯୋଗକୁ ନେଇ ଆମେରିକା-ଭାରତ ମଧ୍ୟରେ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ, ଆମେରିକାରେ କୌଣସି ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ । ଆମେରିକା ଓ ତା’ର ପଡୋଶୀ ଦେଶ କାନାଡାରେ ମଧ୍ୟ ପୂର୍ବରୁ ଏଭଳି ଭାରତ ବିରୋଧୀ ଲେଖାଲେଖି ହିନ୍ଦୁ ମନ୍ଦିରଗୁଡ଼ିକୁ ବିରୂପ କରାଯାଇଛି । ଅଗଷ୍ଟ ମାସରେ କାନାଡାର ସୁରେ ନଗରୀରେ ମଧ୍ୟ ବିଳମ୍ବିତ ରାତିରେ ଉଗ୍ରବାଦୀମାନେ ଏଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା କରିଥିଲେ । ମନ୍ଦିର ପ୍ରାଚୀର ଓ ଦ୍ୱାରରେ ମଧ୍ୟ ଖଲିସ୍ଥାନ ସପକ୍ଷ ପୋଷ୍ଟର ଲଗାଯାଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button