ରାଜ୍ୟ

ସରିଲା ରିମାଣ୍ଡ, ଜେଲ୍‌ ଗଲା ବୁଖାରୀ – Ibnodisha

[ad_1]

ଭୁବନେଶ୍ୱର: କଶ୍ମୀର ଆତଙ୍କୀ ସୟଦ ଈଶାନ ବୁଖାରୀର ରିମାଣ୍ଡ ଶେଷହେବା ପରେ ତାକୁ  ଜେଲ୍ ପଠାଇଦିଆଯାଇଛି । କୋର୍ଟଙ୍କ ଆନୁମୋଦନକ୍ରମେ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣିିଥିଲା ଏସ୍‌ଟିଏଫ୍ । ଶନିବାର ରିମାଣ୍ଡ ଅବଧି ଶେଷ ହେବାପରେ ଏସଟିଏଫ୍  ବୁଖାରୀକୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା । ସେଠାରୁ ତାକୁ ରଗଡ଼ି ଜେଲ୍‌କୁ ପଠାଇ ଦିଆଯାଇଛି । ତେବେ ଏହି ରିମାଣ୍ଡ ଅବଧି ମଧ୍ୟରେ ଏସ୍‌ଟିଏଫ୍ ବୁଖାରୀ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାଯାଇଛି ।

ସୂଚନା ଯୋଗ୍ୟ ଯେ କେବଳ କଶ୍ମୀର ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଆପରାଧିକ ମାମଲାରେ ବୁଖାରୀ ଜଡ଼ିତ ଥିବା ସହ ବିଭିନ୍ନ ବିଦେଶ ଏଜେନ୍ସିଙ୍କ ସହ ତା’ର ସମ୍ପର୍କ ଥିବା କଥା ଜଣାପଡ଼ିଛି । ବୁଖାରୀ ନିଜକୁ ସ୍ଥିତି ସହ ଖାପ ଖୁଆଇଲା ଭଳି  କେଉଁଠି ନ୍ୟୁରୋ ସ୍ପେଶାଲିଷ୍ଟ  ତ କେଉଁଠି ସେନା ଡାକ୍ତର, ପିଏମ୍‌ଓ ଅଧିକାରୀ ଏବଂ କେଉଁଠି ଏନ୍‌ଆଇଏ ବରିଷ୍ଠ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚୟ ଦେଇ ହାସଲ କରୁଥିଲା ନିଜର କାମ । ବୁଖାରୀଙ୍କ ପ୍ରକୃତ ଘର ଜମ୍ମୁକଶ୍ମୀରର କୁପୱାଡ଼ା ଜିଲ୍ଲା ହଣ୍ଡୱାରା ସବ୍‌ଡିଭିଜନ ଅନ୍ତର୍ଗତ ପୀର ମୋହାଲାରେ ହୋଇଥିବା ବେଳେ ସେ କଶ୍ମୀର ପୁଲିସର ୱାଣ୍ଟେଡ ଲିଷ୍ଟକୁ ଆସିଲା ପରେ ସେଠାରୁ ଫେରାର ହୋଇଯାଇଥିଲା । ସେଠାରୁ ବୁଖାରୀ ମୁମ୍ବାଇ, ପଞ୍ଜାବ, ୟୁପି ଓ କେରଳରେ ରହିବା ପରେ  ଏବେ ପ୍ରାୟ ୭ବର୍ଷ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ପଞ୍ଚାୟତ ମିଲତନଗରରେ ଏକ ଭଡ଼ା ଘରେ ରହୁଥିଲା ।

ସେଠାରେ ଖାଲି ରହୁ ନଥିଲା ବୁଖାରୀ ତା’ସହ ତା ସ୍ତ୍ରୀ ଓ ଛୁଆ ମଧ୍ୟ ରହୁଥିଲେ । ବୁଖାରୀ ଏଠାକୁ ଆସିବା ପରେ ସେଠାକାର ଜଣେ ସ୍ୱାମୀ ଛାଡ଼ି ଦେଇଥିବା ମହିଳାଙ୍କୁ ବିବାହ କରିଥିଲେ । ଉକ୍ତ ମହିଳା ଜଣଙ୍କ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିଲେ । ବୁଖାରୀ ଗିରଫ ହେଲା ପରେ ତାଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନରୁ ବିଦା କରିଦିଆଯାଇଛି । ବୁଖାରୀ ଡକ୍ତର ନୁହେଁ ବୋଲି ସ୍ପଷ୍ଠ ହେବାପେର ଏସ୍‌ଟିଏଫ୍ ସେ ରହୁଥିବା ଘରେ ସ୍ଥାନୀୟ ପୁଲିସର ସହଯୋଗରେ ଚଢ଼ଉ କରିଥିଲା । ସେଠାରୁ ଅଧିକାରୀମାନେ ଅନେକ ଆପରାଧିକ ସାମଗ୍ରୀ ସମେତ ୧୦୦ରୁ ଊର୍ଦ୍ଧ୍ୱ କାଗଜପତ୍ର ଜବତ କରିଥିଲେ । ଏସଟିଏଫ୍ ପକ୍ଷରୁ  ବୁଖାରୀ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟ ୨୦୦୦ର ଦଫା ୬୬ ସି, ୬୬ ଡି ଅନୁଯାୟୀ  ମାମଲା  ରୁଜୁ କରାଯାଇଥିଲା । ବୁଖାରୀଙ୍କୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ରଗଡ଼ି ଜେଲ୍‌କୁ ପଠାଇ ଦିଆଯାଇଥିଲା ।

ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍ ଆବେଦନ କଲାପରେ ମାତ୍ର ତାଙ୍କୁ ୫ ଦିନ ପାଇଁ ରିମାଣ୍ଡ ଅନୁମତି ମିଳିଥିଲା । ରିମାଣ୍ଡ ଅବଧି ସରିବା ପରେ ବୁଖାରୀକୁ ଜେଲ୍ ପଠାଇ ଦିଆଯାଇଛି । କୁହାଯାଉଛି, ନ୍ୟୁଡ୍ ଆପ୍ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିବା ସହ ପ୍ରତ୍ୟେକ ଭିଡିଓ କଲ୍‌ରୁ ୫ ହଜାର ଟଙ୍କା କମିଶନ ପାଇଛି ବୁଖାରୀ । ଏଭଳି ଭାବେ କୋଟି କୋଟି ଟଙ୍କା ମୁନାଫା କମାଇଛି ଏହି ସନ୍ଦିଗ୍ଧ ଆତଙ୍କୀ । ଆଇବି ଓ ପଞ୍ଜାବ ପୁଲିସ ଓଡ଼ିଶା ଆସି ବୁଖାରୀକୁ ପଚରାଉଚରା କରିଛନ୍ତି । କୁହାଯାଉଛି, ରବିବାର କଶ୍ମୀର ପୁଲିସ ଭୁବନେଶ୍ୱର ଆସିପାରେ ।

ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କ୍‌ରେ ଥିବା ନେଇ ପ୍ରମାଣ ମିଳିଥିବାବେଳେ ସିଡିଆର ରିପୋର୍ଟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ଏସ୍‌ଟିଏଫ୍ ହାତରେ । ତା’ସହ ଲଭ୍ ଜିହାଦର ପ୍ରମାଣ ମିଳିଛି । ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ୭ ଜଣ ମହିଳାଙ୍କୁ ବିବାହ କରିଛି ବୁଖାରୀ । ସୂତ୍ର ମୁତାବକ, ବୁଖାରୀକୁ ଆଉ ଥରେ ପଚରାଉଚରା ପାଇଁ ରିମାଣ୍ଡରେ ଆଣାଯାଇପାରେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button