ଇସ୍ରାଏଲ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ; ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କ ଉପରେ ସନ୍ଦେହ – Ibnodisha

[ad_1]
ନୂଆଦିଲ୍ଲୀ: ଭାରତ ଆସୁଥିବା ଏକ ଇସ୍ରାଏଲୀୟ ବାଣିଜ୍ୟିକ ଜାହାଜକୁ ହିନ୍ଦ ମହାସାଗରରେ ଟାର୍ଗେଟ୍ କରାଯାଇଛି । ଭରତୀୟ କୋଷ୍ଟଗାର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ ଶନିବାର ଏକ ସନ୍ଦିଗ୍ଧ ଡ୍ରୋନ୍ ଦ୍ୱାରା ଜାହାଜ ଉପରକୁ ଆକ୍ରମଣ କରାଯାଇଥିଲା, ଯାହାଦ୍ୱାରା ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲା । ଜାହାଜର ଅଧିକାଂଶ ଭାଗରେ ନିଆଁ ଲାଗିଯାଇଥିଲା, ତେବେ ଏଥିରେ କେହି ଆହତ ହୋଇନଥିଲେ । ତେବେ ଏସମ୍ପର୍କରେ ସୂଚନା ମିଳିବା ମାତ୍ରେ ଭାରତୀୟ ନୌସେନା ଓ କୋଷ୍ଟଗାଁ ସେଠାକୁ ଯୁଦ୍ଧ ଜାହାଜ ପଠାଇଥିବା ଜଣାପଡିଛି । ଘଟଣା ପଛରେ ହୁତୀ ବିଦ୍ରୋହୀଙ୍କ ହାତ ଥିବା ଅନୁମାନ କରାଯାଉଛି ।
ଇସ୍ରାଏଲର ଏହି ବାଣିଜ୍ୟିକ ଜାହାର ନାମ ଏମ୍ଭି କେମ୍ ପ୍ଲୁଟୋ ରଖାଯାଇଛି । ତୈଳବାହୀ ଏହି ଜାହାଜଟି ସାଉଦି ଆରବରୁ ଭାରତର ମାଙ୍ଗାଲୋର ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଭାରତର ପୋର ବନ୍ଦର ଠରୁ ପ୍ରାୟ ୨୧୭ ନଟିକାଲ ମାଇଲ୍ ହିନ୍ଦ୍ ମହାସାଗରରେ ଜାହାଜଟି ଥିବା ବେଳେ ଏହା ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଆକ୍ରମଣ ଯୋଗୁ ଜାହାଜରେ ନିଆଁ ଲାଗିଯିବା ଦ୍ୱାରା ଜାହାଜର ଇଞ୍ଜିନ୍ ସିଷ୍ଟମ ଅଚଳ ହୋଇପଡିଥିଲା । ପରେ ଜାହାଜ ପକ୍ଷରୁ ସହାୟତା ପାଇଁ ଅନୁରୋଧ କରାଯିବା ପରେ ସେଠାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି ଏହି ଜାହାଜରେ ୨ଠ ଭାରତୀୟ ନାଗରିକ (କ୍ର୍ୟୁ ମେମ୍ବର ଭାବେ କାର୍ଯ୍ୟରତ) ଅଛନ୍ତି । ତେବେ ରିପୋର୍ଟ ଅନୁସାରେ ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ।
ସୂଚନାଯୋଗ୍ୟ ଗତ ମାସରେ ମଧ୍ୟ ଭାରତ ମହାସାଗରରେ ଇସ୍ରାଏଲର ଆଉ ଏକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏହାପରେ ଆମେରିକୀୟ ଅଧିକାରୀମାନେ ଦାବି କରିଥିଲେ ଯେ ଏହି ଆକ୍ରମଣ ଏକ ଇରାନୀ ଡ୍ରୋନ୍ ମାଧ୍ୟମରେ ହୁତି ବିଦ୍ରୋହୀଙ୍କୁ ଦ୍ୱାରା କରାଯାଇଥିଲା । ଶନିବାର ହୋଇଥିବା ଏହି ଆକ୍ରମଣ ପଛରେ ବି ହୁତି ବିଦ୍ରୋହୀଙ୍କ ହାତ ଥିବା ଇସ୍ରାଏଲ ସନ୍ଦେହ କରୁଛି । ଗତ ମାସରେ ୟେମେନ୍ର ହୁତି ବିଦ୍ରୋହୀମାନେ ଲୋହିତ ସାଗର ଜାହାଜ ମାର୍ଗରେ ଭାରତ ଅଭିମୁଖେ ଯାଉଥିବା ଇସ୍ରାଏଲ ସହ ସମ୍ପର୍କୀତ ଏକ ମାଲବାହୀ ଜାହାଜକୁ ଅପହରଣ କରିଥିଲେ । ସେହିପରି ବିଦ୍ରୋହୀମାନେ ଜାହାଜର ୨୫ଜଣ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ ।
[ad_2]