ରାଜ୍ୟ

ଆଜିଠାରୁ କଟକରେ ଅଲ୍‌ଟିମେଟ୍‌ ଖୋଖୋ – Ibnodisha

[ad_1]

କଟକ: ପାରମ୍ପରିକରୁ ଆଧୁନିକତାର ରୂପ ନେଇଥିବା ଅଲ୍‌ଟିମେଟ୍‌ ଖୋଖୋ ସିଜିନ-୨ ରବିବାରଠାରୁ କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଖେଳାଯିବ। ୨୦୨୪ ଜାନୁଆରୀ ୧୩ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ହାଇ ଏନର୍ଜି ଲିଗ୍‌ରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକ ହେଲେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତଥା ଗତଥରର ବିଜେତା ଓଡ଼ିଶା ଜଗରନଟ୍‌ସ, ତେଲୁଗୁ ଯୋଦ୍ଧା, ଚେନ୍ନାଇ କ୍ବିକ୍‌ ଗନ୍ସ, ଗୁଜରାଟ ଜ୍ୟାଣ୍ଟ୍‌ସ, ମୁମ୍ବାଇ ଖିଲାଡି ଓ ରାଜସ୍ଥାନ ୱାରିୟର୍ସ। ରବିବାର ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ।

ଉଦ୍‌ଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଓଡ଼ିଶା ଜଗରନଟ୍‌ସ ଓ ରାଜସ୍ଥାନ ୱାରିୟର୍ସକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ତେଲେଗୁ ଯୋଦ୍ଧା-ମୁମ୍ବାଇ ଖିଲାଡିକୁ ଭେଟିବ। ପ୍ରତିଯୋଗିତାରେ ମୋଟ୍‌ ୩୩ଟି ମ୍ୟାଚ ଖେଳାଯିବ। ଲିଗ୍‌ ପଯ୍ୟାୟରେ ୩୦ଟି ଲିଗ୍‌ ମ୍ୟାଚ ଜାନୁଆରୀ ୯ ପର୍ଯ୍ୟନ୍ତ ଖେଳାଯିବ। ୧୧ରେ ଦୁଇଟି ସେମିଫାଇନାଲ ଓ ୧୩ରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରତିଯୋଗିତା ଲାଗି ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଖୋଖୋ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।

The post ଆଜିଠାରୁ କଟକରେ ଅଲ୍‌ଟିମେଟ୍‌ ଖୋଖୋ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button