ଅପରାଧ

ସ୍ତ୍ରୀ ଓ ଦୁଇ ପିଲାଙ୍କୁ କ୍ରିକେଟ୍‌ ବ୍ୟାଟ୍‌ରେ ପିଟି ପିଟି ହତ୍ୟା – Ibnodisha

[ad_1]

ମୁମ୍ବାଇ : ମୁମ୍ବାଇର ଥାନେରେ ଜଣେ ବ୍ୟକ୍ତି କ୍ରିକେଟ୍‌ ବ୍ୟାଟ୍‌ରେ ପିଟି ପିଟି ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ଅଭିଯୋଗରେ ପୋଲିସ ତାଙ୍କୁ ହରିୟାଣାରୁ ଗିରଫ କରିଛି। ଏହି ଘଟଣା ପରେ ଅଭିଯୁକ୍ତ ମୁମ୍ବାଇରୁ ଫେରାର୍‌ ହୋଇ ହରିୟାଣାର ହିସାର ପଳାଇ ଯାଇଥିଲେ। ହତ୍ୟାକାଣ୍ଡର ଦୁଇ ଦିନ ପରେ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କ ନାମ ଅମିତ୍‌ ଭାଗଦି। ଡିସେମ୍ବର ୨୧ରେ ଏହି ଘଟଣା ଘଟିଛି। ଥାନେର କାସରଭଡାଭଲି ଥାନା ଅଞ୍ଚଳରେ ଥିବା ନିଜ ଘରେ ଅମିତ୍‌ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକମାନେ ହେଲେ, ୨୪ ବର୍ଷୀୟା ମହିଳା ଭାବନା ଭାଗଦି, ୮ ବର୍ଷର ପୁଅ ଅଙ୍କୁଶ ଓ ୬ ବର୍ଷର ଝିଅ ଖୁସି।

ଡିସିପି ଶିବରାଜ ପାଟିଲ କହିଛନ୍ତି, ଘରର ଏକ କୋଠରୀରୁ ୩ଟି ମୃତଦେହ ମିଳିଛି। ଏହି ତିନିଜଣଙ୍କୁ କ୍ରିକେଟ୍ ବ୍ୟାଟ୍‌ରେ ପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଆଇପିସି ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା। ତଦନ୍ତ ବେଳେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏହା ସହିତ ଟେକ୍ନିକାଲ୍‌ ବିଶ୍ଳେଷଣ ମଧ୍ୟ କରିଥିଲା। ଏହାରି ଭିତରେ ପୋଲିସକୁ ସୂଚନା ମିଳିଥିଲା ଯେ ଅଭିଯୁକ୍ତ ନିଜ ପୈତୃକ ଗ୍ରାମ ହିସାର ଖସି ପଳାଇ ଯାଇଛନ୍ତି। ଏହା ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button