ଶୀତଦିନେ କାହିଁକି ଫାଟେ ଓଠ ? ଜାଣନ୍ତୁ ଏହାର କାରଣ, ଆପଣାନ୍ତୁ ଏହି ଉପାୟ…. – Ibnodisha

[ad_1]
ଭୁବନେଶ୍ୱର: ଶୀତଦିନେ ତ୍ବଚା ଶୁଷ୍କ ହେବା ସାଧାରଣ କଥା । ଏପରି ପରିସ୍ଥିତେର ଓଠ ଫାଟିବା ଦ୍ବାରା ସମସ୍ୟା ଅଧିକ ଦେଖାଯାଏ । ଏହା କେବଳ ଯନ୍ତ୍ରଣାଦାୟକ ନୁହେଁ ବରଂ ସୌନ୍ଦର୍ଯ୍ୟକୁ ମଧ୍ୟ ଖରାପ କରିଦିଏ । ଯେତେ ମଶ୍ଚରାଇଜର କିମ୍ବା ଭେସଲିନ୍ ପ୍ରୟୋଗ କରନ୍ତୁ ନା କାହିଁକି,ଏଥିରୁ ମୁକ୍ତି ମିଳିନଥାଏ । ଓଠରୁ ଚର୍ମ ବାହାରି ନଥାଏ, ବେଳେବେଳେ ରକ୍ତ ମଧ୍ୟ ବାହାରିବା ଆରମ୍ଭ କରିଦିଏ । ଶୀତ ଋତୁରେ କାହିଁକି ଓଠ ଫାଟିଯାଏ ଏବଂ କିଛି ପ୍ରାକୃତିକ ଏବଂ ଘରୋଇ ଉପଚାର ସହ ତୁରନ୍ତ କିପରି ଏହି ସମସ୍ୟାରୁ ମୁକ୍ତି ପାଇବେ ।
ଶୀତଦିନେ ଓଠ କାହିଁକି ଫାଟିଯାଏ?
• ଶୀତଦିନେ ଆମେ କମ୍ ପାଣି ପିଇଥାଉ । ଶରୀରରେ ଜଳ ଅଭାବ ହେତୁ ଓଠ ଶୁଖିଯାଏ ଏବଂ ଫାଟିଯାଏ ।
• ଶୀତଦିନେ ଶୁଷ୍କ ବାୟୁ ରହିଥାଏ । ଯାହା ଓଠରୁ ଆର୍ଦ୍ରତାକୁ ଟାଣିନେଇଥାଏ। ଏପରି ପବନରୁ ରକ୍ଷା ପାଇବା ଉଚିତ୍ ।
• ସୂର୍ଯ୍ୟ କିରଣର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ୱାରା ଓଠ ଶୁଖିଲା ମଧ୍ୟ ହୋଇପାରେ । କାରଣ ସୂର୍ଯ୍ୟ କିରଣ ଓଠରୁ ଆର୍ଦ୍ରତା ଟାଣିନେଇଥାଏ ।
• ଶୀତଦିନେ ଯେତେବେଳେ ଓଠ ଶୁଖିଯାଏ, ଆମେ ବାରମ୍ବାର ତାକୁ ଛୁଇଁବା କିମ୍ବା ଚାଟିବା ଜାରି ରଖିଥାଉ, ଯେଉଁଥିପାଇଁ ତାହା ଅଧିକ ଶୁଷ୍କ ହୋଇ ଫାଟିବା ଆରମ୍ଭ କରିଥାଏ ।
ଓଠ ଫାଟିଲେ ଆପଣାନ୍ତୁ ଏହି ଘରୋଇ ଉପଚାର
• ମହୁ- ମହୁର ମଶ୍ଚରାଇଜିଂ ଏବଂ ଆରୋଗ୍ୟ ଗୁଣ ରହିଛି । ଏହାକୁ ପ୍ରୟୋଗ କରିବା ଦ୍ବାରା ଓଠ ନରମ ହୋଇଥାଏ ଏବଂ ଶୁଖିଲା ରୁହେ ନାହିଁ ।
• ଲେମ୍ବୁ ରସ- ଭିଟାମିନ୍ ‘ସି’ରେ ଭରପୂର ଲେମ୍ବୁ ରସ ଓଠକୁ ସୁସ୍ଥ ରଖେ । ଏହାକୁ ପ୍ରୟୋଗ କଲେ ମୃତ ଚର୍ମ ବାହାରିଯାଏ । ଫଳରେ ଓଠ ନରମ ହୋଇଥାଏ ।
• ଗ୍ଲିସେରିନ୍- ପେଟ୍ରୋଲିୟମ ଜେଲି ସହ ମିଶ୍ରିତ ଗ୍ଲସେରିନ୍ ପ୍ରୟୋଗ କରିବା ଦ୍ୱାରା ଓଠର ଶୁଷ୍କତା ଦୂର ହୋଇଥାଏ ।
• ଆଲୋବେରା ଜେଲ୍- ଆଲୋବେରାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଓଠ ଫୁଲା ଏବଂ ଜ୍ବଳନରୁ ରକ୍ଷା କରିଥାଏ ।
[ad_2]