ସ୍ୱାମୀ ସାଜିଲା ରାକ୍ଷସ – Ibnodisha

[ad_1]

ସୁବର୍ଣ୍ଣପୁର : ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଆଉ ହତ୍ୟା କରିବା ପରେ ଡାକ୍ତରଖାନାରେ ମୃତଦେହ ରଖି ଚମ୍ପଟ ମାରିଲା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ । ସୂଚନା ଅନୁସାରେ ତିଲେଇମାଲ୍ ଗାଁ ର ଗଣପତି ପ୍ରଧାନ ନାମକ ଜଣେ ବ୍ୟକ୍ତି ବରପଦର ଗାଁର ରେଞ୍ଚା ପ୍ରଧାନଙ୍କ ଝିଅ ମିତା ପ୍ରଧାନଙ୍କୁ ଗତ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଏକ ଝିଅ ମଧ୍ୟ ଅଛି । ତେବେ ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।ଗଣପତି ମିତାକୁ ନିର୍ଦ୍ଧୁମ ପିଟିଥିଲେ । ସେ ଅଚେତ୍ ହୋଇ ପଡିଯିବାରୁ ତାଙ୍କୁ ଡ଼ାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମରିଯାଇଥିବା ଜାଣି ଡ଼ାକ୍ତରଖାନା ବାରଣ୍ଡାରେ ସ୍ତ୍ରୀର ମୃତଦେହ ଛାଡି ଫେରାର ମାରିଥିଲେ ସ୍ୱାମୀ । ପରେ ଖବର ପାଇ ମିତାଙ୍କ ଭାଇମାନେ ଡାକ୍ତରଖାନାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହକୁ ଜବତ୍ କରିଛି ।
The post ସ୍ୱାମୀ ସାଜିଲା ରାକ୍ଷସ appeared first on ONA KHABAR.
[ad_2]


