ଦେଶ

ସେଲଫି ସାଜିଲା କାଳ; ଅକାଳରେ ଚାଲିଗଲା ପତ୍ନୀର ଜୀବନ – Ibnodisha

[ad_1]

ମୁମ୍ବାଇ: ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ । ସ୍ୱାମୀଙ୍କୁ ଏକା କରିଗଲା ସବୁଦିନ ପାଇଁ । ଏପରି ଏ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରରେ । ମୃତକ ଜଣକ ହେଲେ, ଶୁଭାଙ୍ଗୀ ପଟେଲ.. ବୟସ ମାତ୍ର ୨୪ ବର୍ଷ । ଗତ ଡିସେମ୍ବର ୮ରେ ତାଙ୍କର ବିବାହ ବିନାୟକ ପଟେଲଙ୍କ ସହ ହୋଇଥିଲା । ବିବାହର ମାତ୍ର ଅଳ୍ପଦିନରେ ନବ ଦମ୍ପତ୍ତି ବୁଲିବାକୁ ଯାଇଥିଲେ ।

ପୁଣେର ନିବାସୀ ବିନାୟକ ନିଜ ପତ୍ନୀଙ୍କୁ ନେଇ ପ୍ରବଳଗଡ଼ ଦୁର୍ଗକୁ ବୁଲେଇ ନେଇଥିଲେ । କିନ୍ତୁ କିଏ ଜାଣିଥିଲା, ସେଠାରେ ତାଙ୍କୁ ମୃତ୍ୟୁ ଛକି ବସିଥିବ। ଏପରି ଖୁସିର ମୂହୂର୍ତ୍ତକୁ ମୋବାଇଲ କ୍ୟାମେରାରେ କଏଦ କରିବାକୁ ସେ ଚେଷ୍ଟା କରୁଥିଲେ । ଠିକ ଏତିକି ବେଳେ ତାଙ୍କର ଗୋଡ଼ ଖସିଗଲା। ପାହାଡ଼ ତଳକୁ ଖସି ପଡ଼ିଲେ ସେ । ଆଉ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଗଲେ । ଗତ ବୁଧବାର ଦିନ ନବ ଦମ୍ପତି ଲୋନାଭଲା ଛାଡ଼ି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ । ଗୁରୁବାର ଦିନ ସକାଳେ ସେମାନେ ଟ୍ରେକିଂ ପାଇଁ ପ୍ରବଳଗଡ଼ ଦୁର୍ଗ ଚଢ଼ିବା ଆରମ୍ଭ କରିଥିଲେ । ଅପରାହ୍ନ ୨.୩୦ ରେ ସେ ମୋବାଇଲରେ ସେଲଫି ଉଠାଇବା ପାଇଁ ଫୋନ ବାହାର କରିଥିବା ବେଳେ ଅସାବଧନତା ବଶତଃ ତାଙ୍କର ଗୋଡ଼ ଖସି ମୃତ୍ୟୁ ହୋଇଥିବା ଜଣେ ପୋଲିସ ଅଫିସର କହିଛନ୍ତି ।

The post ସେଲଫି ସାଜିଲା କାଳ; ଅକାଳରେ ଚାଲିଗଲା ପତ୍ନୀର ଜୀବନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button