ଦେଶ

ନାବାଳିକାକୁ ବନ୍ଧକ ରଖି ଦୁଷ୍କର୍ମ କରୁଥିଲା ଯୁବକ; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । କାନପୁରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ଯୁବକ ୧୪ ବର୍ଷ ବୟସ୍କା ନାବାଳକାଙ୍କୁ ବନ୍ଧକ ରଖି ଦୁଇମାସ ଧରି ଦୁଷ୍କର୍ମ କରିଥିବା ଜଣାପଡିଛି । ପୀଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାଂସ ଖାଇବାକୁ ଏବଂ ନମାଜ ପଢିବାକୁ ବାଧ୍ୟ କରାଯାଇଥିଲା । ତେବେ ବିରୋଧ କରିବାରେ ତାଙ୍କୁ ମାଡ ଦିଆଯାଉଥିଲା । ପୀଡିତା ଅନେକ ଥର ଖସିଯିବାକୁ ଚେଷ୍ଟା କରିଥିଲେ ହେଲେ ସେ ଧରାପଡିଯାଇଥିଲେ । ଏହି କାର୍ଯ୍ୟରେ ଅଭିଯୁକ୍ତର ପୁରା ପରିବାର ମଧ୍ୟ ଜଡିତ ଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପୀଡିତାଙ୍କୁ ମୁକ୍ତ କରିଛନ୍ତି ।

ପୀଡିତାଙ୍କ ପିତାଙ୍କ ଅଭିଯୋଗରେ ଚକେରୀ ପୋଲିସ ଏଫଆଇଆର ରୁଜୁ କରିଛି । ଚକେରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ଜଣେ ଘରୋଇ କର୍ମଚାରୀଙ୍କ ୧୪ ବର୍ଷର ଝିଅ ଗତ ଦୁଇ ମାସ ହେବ ନିଖୋଜ ଥିଲେ । ନାବାଳିକା ତିନି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଅଭିଯୁକ୍ତ ଯୁବକ କ୍ୟାଣ୍ଟସ୍ଥିତ ମୈକୁପୁରୱା ନିବାସୀ । ଅଭିଯୋଗ ହୋଇଛି ଯେ, ଯୁବକ ଜଣକ ନାବାଳିକାଙ୍କୁ ନିଜେ ସାଙ୍ଗରେ ନେଇ ଯାଇଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଆନନ୍ଦ ସିଂ କହିଛନ୍ତି ଯେ, ମୈକୁପୁରୱାଠାରେ ରହୁଥିବା ଜଣେ ଦୁର୍ଗା ବାହିନୀ କର୍ମଚାରୀ କହିଥିଲେ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଜଣେ ନାବାଳିକା ଆଣିଛନ୍ତି । ତାଙ୍କର ଗତିବିଧିକୁ ଦେଖିଲେ ସନ୍ଦେହଜନକ ଲାଗୁଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button