ଦେଶ

ଦୁବାଇ ଯାଉଥିବା ହିମାଚଳ ଯୁବତୀ ନିଖୋଜ – Ibnodisha

[ad_1]

ସିମଲା: ଦୁବାଇ ଯାଉଥିବା ହିମାଚଳ ପ୍ରଦେଶରେ ଜଣେ ଯୁବତୀ ନିଖୋଜ । ସେ ଦୁବାଇ ଯାଉଥିବା କହି ଘରୁ ବାହାରିଥିବା ବେଳେ ଏବେ ଓମାନରୁ ତାଙ୍କର ଏକ ଭଏସ ନୋଟ୍ ପରିବାରର ହସ୍ତଗତ ହୋଇଛି । ଏହାପରେ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବତୀ ଜଣକ ଗତ ଡିସେମ୍ବର ୧୬ ତାରିଖରୁ ଘରୁ ଦୁବାଇ ଅଭିମୁଖେ ବାହାରିଥିବା ବେଳେ ଏହାପରେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିବା ପରିବାର ପକ୍ଷରୁ କୁହାଯାଇଛି । ଏହି ଯୁବତୀ ଜଣକ କାଙ୍ଗଡା ଜିଲ୍ଲାର ଶାହପୁର ବିଧାନସଭା ଆସନର ଅଧିବାସୀ ପବନା (୨୪) ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ କହିବାନୁସାରେ ଯୁବତୀ ଜଣକ ଚଣ୍ଡିଗଡ଼ର ଜଣେ ଏଜେଣ୍ଟଙ୍କ ଜରିଆରେ ଘରୋଇ କାମ ଲାଗି ଦୁବାଇ ଗସ୍ତ କରୁଥିଲେ । ଡିସେମ୍ବର ୧୬ ତାରିଖରେ ଯୁବତୀ ଜଣକ ଚଣ୍ଡିଗଡ଼ ବିମାନରେ ବସିବା ପରେ ନିଜ ଭାଇଙ୍କୁ ଭିଡିଓ କଲ୍ କରିଥିଲେ । ହେଲେ ଏହାପରେ ପରିବାର ବର୍ଗ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ ।

ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ ୨୬ ତାରିଖରେ ପରିବାରକୁ ଦୀର୍ଘ ୧୦ ଦିନ ପରେ ଝିଅର ଭଏସ ନୋଟ୍ ମିଳିଛି । ଏହି ୧୦ ଦିନ ପର୍ଯ୍ୟନ୍ତ ପରିବାର ସହିତ ଯୁବତୀ ଜଣକ କୌଣସି ଯୋଗାଯୋଗ କରିନଥିଲେ । ପରିବାରର କହିବାନୁସାରେ ପବନଙ୍କ ସମେତ ପ୍ରାୟ ୭ରୁ ୮ ଜଣ ଯୁବତୀଙ୍କୁ ଓମାନ ଚାଲାଣ କରାଯାଉଛି । କିଛି ଲୋକ ତାଙ୍କଠାରୁ ମୋବାଇଲ ଫୋନ ଓ ପାସପୋର୍ଟ ଛଡାଇ ନେଇଛନ୍ତି । ପରିବାର ହାତରେ ପବନାଙ୍କ ଭଏସ ନୋଟ୍ ଲାଗିବା ପରେ କାଙ୍ଗଡା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଯୁବତୀଙ୍କ ଭାଇଙ୍କ କହିବାନୁସାରେ ତାଙ୍କୁ ଏଜେଣ୍ଟ ଜଣକ ଧୋକା ଦେଇଥିବା ବେଳେ ଏବେ ପବନାଙ୍କ ଜୀବନ ବିପଦରେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button