ରାଜ୍ୟ

କ୍ୟାବିନେଟ ବୈଠକରେ ୧୩ ପ୍ରସ୍ତାବ ଉପରେ ଲାଗିଲା ମୋହର; ସିଭିଲ୍ ସର୍ଭିସ ବୟସ ସୀମା ୩୮କୁ ବୃଦ୍ଧି – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା ବେଳେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇ ୩୮ କରାଯାଇଛି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଦେଇଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଆଗାମୀ ଦିନରେ ଅଧିକ ବସ୍ ଚଳପ୍ରଚଳର ଆବଶ୍ୟକତାକୁ ନଜରରେ ରଖି ‘ମୋ ବସ୍‌’ ସଂଖ୍ୟାରେ ବୃଦ୍ଧି କରିବାର ଯୋଜନା ରହିଛି ।

ସେଥିପାଇଁ ୨୦୦ ଇଲେକ୍ଟ୍ରିକ ବସ୍ ସାମିଲ ପାଇଁ ନିଷ୍ପତ୍ତି ହୋଇଛି । ପୁରୀ, କଟକ, ଭୁବନେଶ୍ୱର ଅଞ୍ଚଳରେ କ୍ରୁଟ୍ ପକ୍ଷରୁ ୩୦୫ଟି ଓ ରାଉରକେଲାରେ ମଧ୍ୟ ୧୦୦ଟି ‘ମୋ ବସ୍‌’ ଚଳାଚଳ କରୁଛି । ଏବେ ମୋ ବସରେ ଆଉ ୨୦୦ଟି ଇଲେକ୍ଟ୍ରିକ ବସ୍ ଚଳପ୍ରଚଳ ନିମନ୍ତେ ଜେବିଏମ୍ ସଂସ୍ଥାକୁ ୯୦୦.୨୬କୋଟି ଟଙ୍କା ଦେବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ପୌରାଞ୍ଚଳରେ ପ୍ରତିଘରକୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୩୬୫ ନୂଆ ଡିପ୍ଲୋମା ଇଞ୍ଜିନିୟର ଓ ୯୧ଟି ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ପଦବୀ ସୃଷ୍ଟି କରାଯାଇଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା ଓ ଓଡ଼ିଶା ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ସେବା(ଜନସ୍ୱାସ୍ଥ୍ୟ)ର ପୁର୍ନଗଠନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ସେହିପରି ରାଜ୍ୟର ୧୧୦ଟି ପୌର ସଂସ୍ଥାରେ ଷ୍ଟ୍ରିଟ ଲାଇଟ୍ ପରିଚାଳନା ନିମନ୍ତେ ୩୧୨.୧୮କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ଷ୍ଟ୍ରିଟ୍ ଲାଇଟ୍ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାର ପ୍ରଦର୍ଶନ ଭଲ ନରହିବା ଓ ଏହା ଅଧାରୁ ପଳାଇବା ପରେ ଏବେ ୫ ବର୍ଷ ପାଇଁ ୬ଟି ସଂସ୍ଥାକୁ ଯୋଗ୍ୟ ବିବେଚିତ କରାଯାଇଛି । ରାଜ୍ୟର ସମସ୍ତ ପୌରାଞ୍ଚଳକୁ ୬ଟି କ୍ଲଷ୍ଟରରେ ଭାଗ କରାଯାଇ ଏହି ୬ ବିଡରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସମସ୍ତ ବିଡରଙ୍କୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସାମିଲ କରାଯିବ ।

ଜାନୁଆରି ୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ । ପ୍ରତ୍ୟେକ ପଞ୍ଚାୟତରୁ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ । ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ । ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ । ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ । ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ । ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନେଇ ଗ୍ରାମାଞ୍ଚଳରେ ସଚେତନତା କରାଯିବ । ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ ।

ପଞ୍ଚାୟତରେ ବୈଠକ ହେବ । ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗଦେବେ । ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ । ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ । ଏଥିପାଇଁ ୨୦୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଯାଜପୁର ଜିଲ୍ଲାର ଟମକା-ମଙ୍ଗଳପୁର ରାସ୍ତାର ପୂର୍ବ ଇପିସି ଟେଣ୍ଡର ଓ ଚୁକ୍ତିନାମାକୁ ରଦ୍ଦ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

ପୂର୍ତ୍ତ ବିଭାଗର ଏହି ପ୍ରସ୍ତାବିତ ୪ଲେନ୍ ରାସ୍ତାରେ ଜଙ୍ଗଲ ଜମି ଅଧିଗ୍ରହଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ଟେଣ୍ଡରକୁ ବାତିଲ କରିଛନ୍ତି । ଟମକା-ମଙ୍ଗଳପୁର ରାସ୍ତାର ୦ରୁ ୪୩କିମି ଉନ୍ନତୀକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ଏକକ ପ୍ରକଳ୍ପ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଓଡ଼ିଶା ଅବକାରୀ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଚାକିରି ସର୍ତ୍ତାବଳୀରେ ସଂଶୋଧନ, ଓଡ଼ିଶା ଟ୍ରେଜେରୀ ମିିନିଷ୍ଟ୍ରିଆଲ ସର୍ଭିସ ରିକ୍ୟୃଟମେଣ୍ଟରେ ସଂଶୋଧନ, ଓଡ଼ିଶା ଫାୟାର ସର୍ଭିସ ଗ୍ରୁପ୍ ସି ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନକୁ ମଞ୍ଜୁରୀ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button