ଅପରାଧ

ଚଳନ୍ତା ବସରେ ଯୁବତୀଙ୍କ ସହ ହେଲା କିଛି ଏପରି….. – Ibnodisha

[ad_1]

ଜୟପୁର : ପୁଣି ନିର୍ଭୟା କାଣ୍ଡ । ଏଥର କିନ୍ତୁ ରାଜଧାନୀ ଦିଲ୍ଲୀ ନୁହେଁ ଜୟପୁରରେ ଘଟିଛି ଏଭଳି ଘଟଣା । ଚଳନ୍ତା ବସରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ । ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପୀଡିତା ଜଣକ ଥାନାରେ ଅଭିଯୋଗ ଦାଏର କରିଛନ୍ତି ।

ଯୁବତୀ ଜଣକ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ କାନପୁର ଭିଡିଓକୋଚ ବସରେ ଜୟପୁର ଆସିବା ପାଇଁ ବସିଥିଲେ । ବସ୍‌ର ସମସ୍ତ ସିଟ୍ ଫୁଲ ହୋଇଯାଇଥିବାରୁ ଡ୍ରାଇଭର ଅନ୍ୟ ୭/୮ ଜଣଙ୍କ ସହିତ ବସ୍ କ୍ୟାବିନରେ ଯୁବତୀଙ୍କୁ ବସାଇଥିଲେ । ତେବେ କ୍ୟାବିନରେ ବସିଥିବା ସମସ୍ତ ଲୋକ ରାତିରେ ନିଜ ନିଜ ସ୍ଥାନରେ ଓହ୍ଲାଇ ପଡିଥିଲେ ।

ତେଣୁ କ୍ୟାବିନରେ ଯୁବତୀ ଜଣକ ଏକୁଟିଆ ରହିଯାଇଥିଲେ । ଯୁବତୀଙ୍କୁ ଏକୁଟିଆ ଦେଖି ଯୁବତୀଙ୍କୁ ବସ୍‌ର ସ୍ଲିପର ସିଟରେ ଶୋଇବାକୁ ପଠାଇଦେଇଥିଲା ଡ୍ରାଇଭର । ଏହାର କିଛି ସମୟ ପରେ ଡ୍ରାଇଭର ଯୁବତୀଙ୍କ ପାଖକୁ ଆସି ଦୁଷ୍କର୍ମ କରିଥିଲା । ପୀଡିତା ଚିତ୍କାର କଲେ କେହି ନ ଶୁଣିପାରୁନ୍ତୁ, ତେଣୁ ବସ୍‌ର ମ୍ୟୁଜିକକୁ ଅଧିକ ସାଉଣ୍ଡ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ହେଲେ ଜଣେ ଯାତ୍ରୀ ଯୁବତୀଙ୍କ ଚିତ୍କାର ଶୁଣିବା ପରେ ବସକୁ ଜବରଦସ୍ତି ଅଟକାଇଥିଲେ ।

ଏହାପରେ ଯାତ୍ରୀମାନେ ବସ୍ ଡ୍ରାଇଭରକୁ ମାରପିଟ କରିବା ସହିତ ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ପୋଲିସ ସହାୟକ ଆୟୁକ୍ତ ଫୁଲଚନ୍ଦ ମିଣା କହିଛନ୍ତି, ପୀଡିତା ଯୁବତୀ କାନପୁରର ଜୟପୁର ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button