ଦେଶ

ପରକୀୟା ପ୍ରୀତି ସନ୍ଦେହକୁ ନେଇ ସ୍ତ୍ରୀ ଏବଂ ୩ ଶିଶୁଙ୍କୁ ହତ୍ୟା କଲା ସ୍ୱାମୀ – Ibnodisha

[ad_1]

ରାୟପୁର: ସଇତାନ ସାଜିଲା ସ୍ୱାମୀ । ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟକାଣ୍ଡ । ସ୍ତ୍ରୀ ସହ ୩ ଶିଶୁଙ୍କୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଛତିଶଗଡର ବିଳାସପୁର ଜିଲ୍ଲାରୁ । ଏହି ଘଟଣାକୁ ନେଇ ଅଭିଯୁକ୍ତ ସ୍ୱାମୀ ଉମେନ୍ଦ୍ର କେବଟଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି । ସୂଚନା ମୁତାବକ, ବିଳାସପୁର ଜିଲ୍ଲାର ମସ୍ତୁରୀ ଥାନା ଅନ୍ତର୍ଗତ ହିରୀ ଗ୍ରାମର ଉମେନ୍ଦ୍ର ତାଙ୍କ ପରିବାର ସହ ରହୁଥିଲେ । ତାଙ୍କର ୩ ଜଣ ପିଲା ଥିଲେ । ଦୁଇ ଝିଅ ଓ ଗୋଟିଏ ପୁଅ । ହସଖୁସିରେ ତାଙ୍କ ସଂସାର ଚାଲିଥିଲା । ହେଲେ ଗତ କିଛିଦିନ ହେବ ତାଙ୍କ ସ୍ତ୍ରୀଙ୍କର ଅବୈଧ ସଂମ୍ପର୍କ ଥିବା ନେଇ ଉମେନ୍ଦ୍ର ସନ୍ଦେହ କରୁଥିଲେ ।

ଯାହାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ଲାଗି ରହୁଥିଲା । ଉମେନ୍ଦ୍ର ତାଙ୍କ ସ୍ତ୍ରୀକୁ ମାରପିଟ ମଧ୍ୟ କରୁଥିଲେ । ତେବେ ନୂଆବର୍ଷ ପୂର୍ବ ଦିନ ପରିବାରର ସମସ୍ତେ ସେଲିବ୍ରେସନ କରିଥିଲେ । ଅଭିଯୁକ୍ତଙ୍କ ମାଆ ଏବଂ ପିତାଙ୍କ ବିବାହ ବାର୍ଷିକୀ ଓ ନୂଆ ବର୍ଷ ହୋଇଥିବାରୁ କେକ୍ କାଟି ପାଳନ କରିଥିଲେ । ଏହାପରେ ସମସ୍ତେ ଏକାଠି ରାତ୍ରି ଭୋଜନ କରି ସମସ୍ତେ ଶୋଇବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା । ଏହା ପରେ ସେ ନିଜେ ମସ୍ତୁରୀ ପୋଲିସ ଷ୍ଟେସନକୁ ଯାଇ ଅପରାଧ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ଏନେଇ ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସହ ପୋଲିସ ପହଞ୍ଚିଥିଲା । ଏହା ପରେ ପରିବାର ସଦସ୍ୟ ଘଟଣା ବିଷୟରେ ଜାଣିବାକୁ ପାଇଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button