ଦେଶ

ପରମ୍ପରା, ସଂସ୍କୃତି ଓ ଇତିହାସକୁ ନେଇ ଭାରତ ଗର୍ବିତ: ଜୟଶଙ୍କର – Ibnodisha

[ad_1]

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପୁରା ବିଶ୍ୱରେ ଉତ୍ସାହ ଓ ଉଦ୍ଦୀପନା । ଦେଶର କୋଣ ଅନୁକୋଣ ଓ ବିଦେଶରେ ମଧ୍ୟ ଉତ୍ସାହ ମନାଉଛନ୍ତି ପ୍ରତିଟି ଭାରତୀୟ । ଏହାରି ମଧ୍ୟରେ ବିଦେଶ ଗସ୍ତରେ ରହି ଭାରତ ତାର ପରମ୍ପରା, ସଂସ୍କୃତି ଏବଂ ଇତିହାସକୁ ନେଇ ଆଜି ଗର୍ବିତ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ନାଇଜେରିଆ ଗସ୍ତରେ ଥିବା ବେଳେ ସେଠାରେ ଭାରତୀୟଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଭାରତୀୟଙ୍କୁ ସମ୍ବୋଧନ କରି ଏସ୍ ଜୟଶଙ୍କର କହିଥିଲେ ଯେ, ଭାରତ ଆଜି ଏହାର ପରମ୍ପରା, ସଂସ୍କୃତି ଏବଂ ଇତିହାସ ପାଇଁ ଗର୍ବିତ । କାରଣ ବହୁତ କମ ସଭ୍ୟତା ଅଛି ଯାହା ଆଧୁନିକ ରାଷ୍ଟ୍ର ଭାବରେ ବଞ୍ଚିଛି । ଆମେ ସେମାନଙ୍କ ମଧ୍ୟରୁ ଜଣେ । ଉଗାଣ୍ଡାରେ ସମ୍ମିଳନୀରେ ଯୋଗଦେବା ପରେ ନାଇଜେରିଆରେ ପହଞ୍ଚିଥିବା ଜୟଶଙ୍କର ଏଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ସମ୍ବୋଧିତ କରିବାବେଳେ ଏହି ମନ୍ତବ୍ୟ ଦେଇଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ନାଇଜେରିଆ ଗସ୍ତ କରି ଜୟଶଙ୍କର କହିଛନ୍ତି, “ଆମେ ଆଜି ବିଶ୍ୱକୁ ଏକ ବାର୍ତ୍ତା ଦେଉଛି ଯେ ଭାରତ ତାର ପରମ୍ପରା, ସଂସ୍କୃତି, ଇତିହାସ ପାଇଁ ଗର୍ବିତ । ନାଇଜେରିଆ ସହ ସମ୍ପର୍କ ବିଷୟରେ ଜୟଶଙ୍କର କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ୧୨ରୁ୧୫ ବିଲିୟନ ଡଲାରର ବ୍ୟବସାୟ ରହିଛି ଏବଂ ନାଇଜେରିଆ ନିବେଶକମାନଙ୍କୁ ଭାରତରେ ନିବେଶ କରିବାକୁ ଆମେ ନିମନ୍ତ୍ରଣ କରୁଛୁ । ଆଗକୁ ଅନେକ ସମ୍ଭାବନା ମଧ୍ୟ ଅଛି।

କାରଣ ବାସ୍ତବରେ ଅନେକ କ୍ଷେତ୍ରରେ ଭାରତୀୟ ସାମର୍ଥ୍ୟ ବୃଦ୍ଧି ହୋଇଛି । ଫାର୍ମାସ୍ୟୁଟିକାଲ୍ସରେ ଆମର ରେକର୍ଡ ରହିଛି କିନ୍ତୁ ଆଜି ଭାରତ ମେଡିକାଲ୍ ଉପକରଣର ଏକ ବଡ଼ ଉତ୍ପାଦକ ହୋଇପାରିଛି । ଯାହା ପୂର୍ବରୁ ହୋଇ ନଥିଲା । ନାଇଜେରିଆରେ ଜୟଶଙ୍କର ନାଇଜେରିଆ ଇଣ୍ଡିଆ ବିଜନେସ କାଉନସିଲ ମିଟିଂର ତୃତୀୟ ସଂସ୍କରଣକୁ ଉଦଘାଟନ କରିବେ । ଏହାପରେ ଅନେକ ବ୍ୟବସାୟୀଙ୍କ ସହ ଅଲୋଚନା ମଧ୍ୟ କରିବେ । ସେହିପରି ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗୁରୁବାର ଉଗାଣ୍ଡା ଗସ୍ତରେ ଯାଇ ନନ-ଆଲାଇଣ୍ଡ ମୁଭମେଣ୍ଟର ୧୯ତମ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏସ ଜୟଶଙ୍କର । ସେଠାରେ ଶନିବାର ଦିନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ । ଉଗାଣ୍ଡା ରାଜଧାନୀ କମ୍ପାଲାରେ ମୁଖ୍ୟ କାର୍ଯ୍ୟକ୍ରମର ପାର୍ଶ୍ୱ କାର୍ଯ୍ୟକ୍ରମ ଭାବେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଥଲା । ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ପ୍ରସଙ୍ଗ ସହ ଅନ୍ୟ ବୈଶ୍ୱିକ ପ୍ରସଙ୍ଗ ଉପରେ ଉଭୟ ଆଲୋଚନା କରିବା ସହ ମତ ବିନିମୟ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button