ରିଟାୟର୍ ହେବ ମେସିଙ୍କ ୧୦ ନମ୍ବର ଜର୍ସି – Ibnodisha

[ad_1]
ବୁଏନ୍ସ ଆୟରସ: ଆର୍ଜେଣ୍ଟିନା ଷ୍ଟାର୍ ଫୁଟ୍ବଲର୍ ଲିଓନେଲ୍ ମେସି ସନ୍ନ୍ୟାସ ନେବାପରେ ତାଙ୍କ ୧୦ ନମ୍ବର ଜର୍ସିକୁ ଆର୍ଜେଣ୍ଟିନା ଜାତୀୟ ଫୁଟ୍ବଲ୍ ଟିମ୍ରୁ ରିଟାୟର୍ କରାଯିବ । ଆର୍ଜେଣ୍ଟିନା ଫୁଟ୍ବଲ୍ ସଂଘ ମେସିଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଏହି ନିଷ୍ପତ୍ତି କରିଛି । ମେସି ଏବେ ବି ଅନ୍ତର୍ଜାତୀୟ ଫୁଟ୍ବଲ୍ ଖେଳୁଛନ୍ତି । ମେସି ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ସନ୍ନ୍ୟାସ ନେବା ପରେ ଆଉ କାହାକୁ ତାଙ୍କ ୧୦ ନମ୍ବର ଜର୍ସି ପିନ୍ଧିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆର୍ଜେଣ୍ଟିନା ଫୁଟ୍ବଲ୍ ସଂଘ (ଏଏଫ୍ଏ) ଅଧ୍ୟକ୍ଷ କ୍ଲାଓଡିଓ ତାପିୟା କହିଥିବା ସ୍ପେନ୍ ଖବରକାଗଜ ମାର୍କାରେ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ମେସିଙ୍କ ପୂର୍ବରୁ ଡିଏଗୋ ମାରାଡୋନା ମଧ୍ୟ ଆର୍ଜେଣ୍ଟିନା ଟିମ୍ ପକ୍ଷରୁ ଖେଳୁଥିବା ବେଳେ ୧୦ ନମ୍ବର ଜର୍ସି ପିନ୍ଧୁଥିଲେ । ଆର୍ଜେଣ୍ଟିନା ମାରାଡୋନାଙ୍କ ସମ୍ମାନରେ ଏହି ଜର୍ସିକୁ ୨୦୦୨ରେ ରିଟାୟର୍ କରିବା ଉଦ୍ୟମ ଚଳାଇଥିଲା । ତେବେ ଅନ୍ତର୍ଜାତୀୟ ଫୁଟ୍ବଲ୍ ସଂଘ (ଫିଫା)ର ଶକ୍ତ ନିୟମ କାରଣରୁ ଏହା ହୋଇପାରି ନଥିଲା । ଫିଫା ନିୟମ ଅନୁସାରେ ଟିମ୍କୁ ୧ରୁ ୨୩ ନମ୍ବରର ଉପଯୋଗ କରିବାକୁ ପଡ଼ିବ । ଫଳରେ ଭବିଷ୍ୟତରେ ବାଧ୍ୟତାମୂଳକ ଭାବେ କାହାରିକୁ ଏହି ଜର୍ସି ନେବାକୁ ହେବ । ଗତବର୍ଷ କାତାର୍ରେ ଆୟୋଜିତ ଫିଫା ବିଶ୍ୱକପ୍ରେ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୩୬ ବର୍ଷ ପରେ ଚାମ୍ପିଅନ୍ ହୋଇଥିଲା । ଆର୍ଜେଣ୍ଟିନା ଫାଇନାଲ୍ରେ ଫ୍ରାନ୍ସକୁ ପେନାଲ୍ଟି ଶୁଟ୍ଆଉଟ୍ରେ ପରାଜିତ କରିଥିଲା ।
[ad_2]




