ଖେଳ

ଏଲ୍‌ଏସ୍‌ଜି ଛାଡ଼ିଲେ ବିଜୟ ଦହିୟା – Ibnodisha

[ad_1]

ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୪ ପୂର୍ବରୁ ସହାୟକ କୋଚ୍ ବିଜୟ ଦହିୟା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ ଛାଡ଼ିଛନ୍ତି । ବିଜୟ ଦହିୟା ୨୦୨୨ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଆଇପିଏଲ୍ ଡେବ୍ୟୁଠାରୁ ଆଣ୍ଡି ଫ୍ଲାୱର୍ ଓ ଗୌତମ ଗମ୍ଭୀରଙ୍କ ସହ ଟିମ୍‌ରେ ସାମିଲ ଥିଲେ । ଲକ୍ଷ୍ନୌ ୨୦୨୨ ଏବଂ ୨୦୨୩ ଆଇପିଏଲ୍‌ରେ ପ୍ଲେଅଫ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଦହିୟା ଏକ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ରେ ଏକ୍ଷ୍ନୌ ଛାଡ଼ୁଥିବା ସୂଚନା ଦେଇଛନ୍ତି । ପୋଷ୍ଟ୍‌ରେ ସେ ଲେଖିଛନ୍ତି- ଏଲ୍‌ଏସ୍‌ଜିକୁ ଅଲ୍‌ବିଦା କହିବା ସମୟ ଆସିଯାଇଛି । ଲକ୍ଷ୍ନୌ ସହ ଗତ ଦୁଇବର୍ଷ କାମ କରିବା ଏକ ଅଦ୍‌ଭୁତ ଅନୁଭବନ ଥିଲା ।

ଟିମ୍ ଏଲ୍‌ଏସ୍‌ଜିକୁ ଶୁଭକାମନା । ସୂଚନାଯୋଗ୍ୟ, ଗୌତମ ଗମ୍ଭୀର ଓ ଆଣ୍ଡି ଫ୍ଲାୱର୍ ଆଇପିଏଲ୍ ୨୦୨୪ ଅକ୍ସନ୍ ପୂର୍ବରୁ ହିଁ ଏଲ୍‌ଏସ୍‌ଜି ଛାଡ଼ି ଛାଡ଼ିଦେଇଥିଲେ । ଗୌତମ ଗମ୍ଭୀର ଏଲ୍‌ଏସ୍‌ଜିରେ ମେଣ୍ଟର ଭାବେ ଯୋଡ଼ି ହୋଇଥିବା ବେଳେ ଫ୍ଲାୱର୍ ମୁଖ୍ୟ କୋଚ୍ ଥିଲେ । ଲକ୍ଷ୍ନୌ ଛାଡ଼ିବା ପରେ ଗମ୍ଭୀର କୋଲ୍‌କାତା ନାଇଟ୍ ରାଇଡର୍ସରେ ଯୋଗ ଦେଇଥିଲେ । ଆଇପିଏଲ୍ ୨୦୨୪ ପାଇଁ ଏଲ୍‌ଏସ୍‌ଜି ଜଷ୍ଟିନ୍ ଲାଙ୍ଗର୍‌ଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରିଥିବା ବେଳେ ପୂର୍ବତନ ଭାରତୀୟ ସ୍ପିନର୍ ଶ୍ରୀଧରନ୍ ଶ୍ରୀରାମଙ୍କୁ ସହାୟକ କୋଚ୍ ଭାବେ ଟିମ୍‌ରେ ସାମିଲ କରିଛି । ଏହା ବ୍ୟତୀତ କୋଚିଂ ଷ୍ଟାଫ୍‌ରେ ପ୍ରବୀଣ ତାମ୍ବେ, ମୋର୍ନେ ମୋର୍କେଲ୍ ଏବଂ ଜଷ୍ଟି ରୋଡ୍‌ସଙ୍କୁ ମଧ୍ୟ ସାମିଲ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button