ଖେଳ

ବୟସ ଜାଲିଆତି କରି ବିଦାହେଲେ ଓଡ଼ିଶା କ୍ରିକେଟର ସୁମିତ ଶର୍ମା – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ଜାଲିଆତି ଅଭିଯୋଗ । ଜାଲିଆତି ଜଣାପଡ଼ିବା ପରେ ରଣଜୀ ଦଳରୁ ଓଡ଼ିଶା ଖେଳାଳୀ ବିଦା । ଓଡ଼ିଶାର ସୁମିତ ଶର୍ମା ବୟସ ଜାଲିଆତି କରିଥିବା ଜାଣିବାକୁ ପାଇଥିଲା ବିସିସିଆଇ । ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ସାର୍ଟିିଫିକେଟ୍ ଦେଇଥିବା ଜଣାପଡ଼ିଯାଇଥିଲା । ଜାଲିଆତି ଜଣାପଡ଼ିବା ପରେ ଦଳରୁ ବିଦା ସହ ବ୍ୟାନ୍ ଲାଗାଇଲା ବିସିସିଆଇ । ଦୁଇ ବର୍ଷ ଯାଏଁ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମଣ୍ଟ ଖେଳିପାରିବେନି ସୁମିତ୍ ଶର୍ମା । ସୁମିତ୍‌ଙ୍କ ସ୍ଥାନରେ ତାରୀଣୀ ସା’ଙ୍କୁ ଓଡ଼ିଶା ଦଳରେ ସାମିଲ୍ କଲା ଓସିଏ । ପୂର୍ବରୁ ବିଭିନ୍ନ ସମୟରେ ଦେଇଥିବା ବୟସ ପ୍ରମାଣ ପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପାଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ନଥିବାରୁ ଧରାପଡି ଯାଇଥିଲେ ସୁମିତ। ବୟସ ଗଫଲତି ଓ ସୁମିତ୍ ଦଳରୁ ବିଦା ନେଇ ଓସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button