ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ – Ibnodisha
[ad_1]
ରାଜସ୍ଥାନ : ଯୁବପିଢ଼ିଙ୍କୁ ପାଗଳ କରୁଛି ରିଲ୍ସ କରିବା ନିଶା। ତେବେ ଲୋକମାନେ ରିଲ୍ସ କରିବା ଚକରରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର ବି କ୍ଷତି କରୁଛନ୍ତି । କିଛି ଯୁବକ ରିଲ୍ସ କରିବା ସହ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ । ଠିକ୍ ଏହି ସମୟରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା । ଯୁବକମାନେ ନିଶାରେ ଗାଡ଼ି ଚଳାଉଥିଲେ ତା ସାଙ୍ଗକୁ ରିଲ୍ସରେ ବି ବ୍ୟସ୍ତ ଥିଲେ । ରାଜସ୍ଥାନର ଜୈସଲମେର ଜିଲ୍ଲାରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ତେବେ ସୂଚନା ଅନୁଯାୟୀ, ଏଠାରେ ବାଡ଼ମେର୍ ରାସ୍ତା ଦେବିକୋଟ୍ ସହର ନିକଟରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ଜଣେ ମା ଏବଂ ପୁଅ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ପୁଅର ନାଁ ହେଉଛି ମନୀଷ ବୟସ ୧୩ ବର୍ଷ ଏବଂ ତା ମା’ର ନାଁ ମେନ କଲା ବୋଲି ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ଉକ୍ତ ଗାଡ଼ିରେ ଯାତ୍ରା କରୁଥିବା ଦୁଇ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । କାରରେ ଥିବା ଦୁଇ ଜଣ ମୃତକଙ୍କ ନାଁ ହେଉଛି ରୋଶନ ଖାନ ଏବଂ ଭବାନୀ ସିଂ । ଶୁକ୍ରବାର ରାତି ପ୍ରାୟ ୮.୧୫ ମିନିଟ ରୁ ୮.୩୦ ମିନିଟ ମଧ୍ୟରେ ଦ୍ରୁତ ଗତିରେ ଏକ କାର ଜୈସଲମେର୍ ରୁ ବାଡ଼ମେର୍ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା। ସୂଚନା ପାଇବା ପରେ ପୋଲିସ ଦେବିକୋଟ ଛକ ପୂର୍ବରୁ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା ଏବଂ ଅବରୋଧ ମଧ୍ଯ କରିଥିଲା। କିନ୍ତୁ କାରରେ ଯାତ୍ରା କରୁଥିବା ଯୁବକମାନେ ଅଟକିବା ତ ଦୂରର କଥା, ଆହୁରି ଅଧୂକ ସ୍ପିଡରେ ଗାଡ଼ି ଚଳାଇଥିଲେ ଏବଂ ପୋଲିସର ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯାଇଥିଲେ । ପରେ ସ୍ପିଡରେ ଥିବା କାରଟି ଦେବିକୋଟ ସହର ଛକରେ ପାର୍କ ହୋଇଥିବା ଏକ ପିକଅପ୍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଉକ୍ତ ମା’ ଓ ପୁଅକୁ ଧକ୍କା ଦେଇଥିଲା କାର୍ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁର୍ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନ୍ୟପଟେ ଜିଲ୍ଲା ପୋଲିସ ଅଧାକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାରରେ ଥିବା ଲୋକମାନେ ମଦ୍ୟପାନ କରି ଗାଡି ଚଲାଉଥିଲେ ନା ଅନ୍ୟ କିଛି କାରଣରୁ ଏଭଳି ଦୁର୍ଘଟଣା ଘଟିଛି, ସେ ବିଷୟରେ ଅନୁସନ୍ଧାନ କରାଯାଉଛି ।
[ad_2]