ରାଜ୍ୟ

ଆଜିଠୁ ଓଡ଼ିଶା ମୋଟର ମହାସଂଘର ଆନ୍ଦୋଳନ – Ibnodisha

[ad_1]

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌ ନୂତନ ଆଇନକୁ ବିରୋଧ। ସୋମବାରଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ମହାସଂଘ। ରବିବାର ଏହି ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦନ ପତି। ସେପଟେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଯଦି ପୁଣି ଧର୍ମଘଟ ହୁଏ, ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ।

ଆନ୍ଦୋଳନ ନେଇ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦନ ପତି କହିଛନ୍ତି, ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୧୦ ବର୍ଷ କାରାଦଣ୍ଡ ଓ ୭ଲକ୍ଷ ଟଙ୍କା ଜୋରିମାନା କରାଯିବ। ଏହା ଶ୍ରମିକଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଛି। ପୂର୍ବରୁ ଭାରତୀୟ ଦଣ୍ଡ ସଂହିତାର ୧୦୪ ନମ୍ୱର ଧାରା (କ) ଅନୁସାରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୨ ବର୍ଷ କାରାଦଣ୍ଡ ଥିଲା। ହେଲେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିଲା ପରେ ଦଣ୍ଡ ସଂହିତାକୁ ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା କରିଛନ୍ତି। ଯେଉଁଥିରେ ଚାଳକଙ୍କୁ ୧୦ ବର୍ଷ କାରାଦଣ୍ଡ ଓ ୭ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାଖ୍ୟାନ କରୁଛି। ଆମର ଦାବି ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରନ୍ତୁ। ଏହି ଆଇନ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ସମଗ୍ର ଭାରତ ବର୍ଷରେ ଆନ୍ଦୋଳନ ହେବ। ମାଲ୍‌ବାହୀ ଏବଂ ଯାତ୍ରୀବାହୀ ଗାଡ଼ି ବନ୍ଦ କରିବାକୁ ଚାଳକଙ୍କୁ ଅନୁରୋଧ କରାଯାଇଛି। ଟର୍ମିନାଲରୁ କୌଣସି ମାଲ୍‌ବାହୀ ଗାଡ଼ି ବାହାରିବ ନାହିଁ। ବସ୍‌ ଷ୍ଟାଣ୍ଡରୁ ଗାଡ଼ି ବାହାର ନକରିବାକୁ ଅନୁରୋଧ ରହିଛି।

କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର ଦିଗରେ ରାଜ୍ୟ ସରକାର ହସ୍ତକ୍ଷପ କରନ୍ତୁ। ଯଦି ରାଜ୍ୟ ସରକାର ସଂଘ ସହିତ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହିତ ବିଚାର କରିବାକୁ କହନ୍ତି ତାହେଲେ ପରବର୍ତ୍ତୀ ସମୟରେ ସଂଘ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପତି କହିଛନ୍ତି। ଓଡ଼ିଶା ସରକାର ଚାଳକଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ। କିନ୍ତୁ ରାଜ୍ୟ ସରକାର ଯଦି ପୁଲିସ ଲଗାଇ ଆନ୍ଦୋଳନ ଦମନ କରିବାକୁ ଉଦ୍ୟମ କରନ୍ତି, ତାହେଲେ ବୁଝିବାକୁ ପଡ଼ିବ ରାଜ୍ୟ ସରକାର କୌଣସି ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀ ପତି କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button