ଅପରାଧ

ଝିଅକୁ ଗୁଳିକରି ହତ୍ୟା କଲା ମା’ – Ibnodisha

[ad_1]

ବୋକାରୋ: ବାପାମାଆ ଝିଅର ବିଭାଘର ଠିକ୍‌ କରିଥିଲେ କିନ୍ତୁ, ଝିଅଟି ନିଜ ଗାଆଁର ଜଣେ ପୁଅକୁ ପ୍ରେମ କରୁଥିଲା। ତେଣୁ, ବାପାମାଆ ଝିଅର ବିଭାଘର ଠିକ୍‌ କରିଥିଲେ ପ୍ରସ୍ତାବରେ ରାଜି ହେଲା ନାହିଁ ଝିଅ, ମାଆ ଝିଅ କୁ ଗୁଳି କରି ହତ୍ୟା କଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲା ଅନ୍ତର୍ଗତ ବଗୋଦର ଅଞ୍ଚଳରେ ଜଣେ ମହିଳା ତାଙ୍କ ୧୫ ବର୍ଷୀୟ ଝିଅକୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଘଟିଛି। ଗୋଟାଏ ବିବାହ ପ୍ରସ୍ତବକୁ ନେଇ ମାଆ ଓ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂଖ୍ୟାଲଘୁ ସମ୍ପ୍ରଦାୟର ସେ ମହିଳାଜଣକ ଅତି ନିକଟରୁ ନିଜ ଝିଅ ମୁଣ୍ଡକୁ ଗୁଳି ଚଳାଇଲେ। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ଘଟିଲା। ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ମାଆ ଥାନାକୁ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କଲେ। ପୁଲିସକୁ ସେ କହିଲେ ଯେ, ସେ ତାଙ୍କ ଝିଅକୁ ଗୁଳି ମାରି ହତ୍ୟା କରିଛନ୍ତି। ପୁଲିସ ତାଙ୍କ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତାଙ୍କ ଘରୁ ଝିଅର ଶବ ଉଦ୍ଧାର କଲେ। ଗିରିଡ଼ିହ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଦୀପକ କୁମାର ଶର୍ମା କହିଛନ୍ତି, ଗୁଳି ଚୋଟ ଖାଇ ଝିଅର ମୃତ୍ୟୁ ହୋଇଛି। ଏଯାବତ୍‌ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ବାପାମାଆ ଝିଅର ବିଭାଘର ଠିକ୍‌ କରିଥିଲେ। କିନ୍ତୁ, ଝିଅଟି ନିଜ ଗାଆଁର ଜଣେ ପୁଅକୁ ପ୍ରେମ କରୁଥିଲା। ତେଣୁ, ବାପାମାଆଙ୍କ ପ୍ରସ୍ତାବରେ ରାଜି ହେଲା ନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଆ ତାକୁ ଗୁଳି ମାରି ହତ୍ୟା କଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button