ଦେଶ

ହମାସର ବିନାଶ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ: ନେତାନ୍ୟାହୁ – Ibnodisha

[ad_1]

ଜେରୁସେଲମ୍‌: ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ହମାସ୍‌କୁ ସମ୍ପୂର୍ଣ୍ଣ ବିନାଶ ନକରିବା ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ଶେଷ ହେବନାହିଁ । ନେତାନ୍ୟାହୁଙ୍କ କହିବାନୁସାରେ ତିନି ମାସ ପୂର୍ବେ ହମାସ ଇସ୍ରାଏଲ୍ ବିରୋଧରେ ଭୟଙ୍କର ହତ୍ୟାକାଣ୍ଡ କରିଥିଲା । ଏହା ଇସ୍ରାଏଲ ବିରୋଧରେ ହମାସର ଯୁଦ୍ଧଂଦେହୀ ଡାକରା ଥିଲା । ତଥାପି ଗାଜା ସହ ଆଲୋଚନା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେସବୁ ବିଫଳ ହେଲା । ହମାସ ଆତଙ୍କୀଙ୍କ ଅହଂକାର ସେମାନଙ୍କୁ ଯୁଦ୍ଧ ପାଇଁ ଉସୁକାଇଥିଲା । ଇସ୍ରାଏଲ୍ କେବଳ ସେମାନଙ୍କ ଅହଂକାରର ଜବାବ ଦେବାକୁ ନିଷ୍ପତ୍ତି ନେଇଛି । ହମାସ୍ ଯେପରି ଇସ୍ରାଏଲ୍ ପାଇଁ ଆଉ କେବେ ବି ବିପଦ ନ ସାଜେ, ସେନେଇ ସୁନିଶ୍ଚିତ କରିବାକୁ ଇସ୍ରାଏଲ୍ ସେନାଙ୍କୁ ନିର୍ଦ୍ଦେଶ ଦିଆଯାିଛି । ଯୁଦ୍ଧରେ ନିରପେକ୍ଷ ବିଜୟ ହାସଲ ପାଇଁ ଇସ୍ରାଏଲ୍ ଏବେ ନିଜ ଏକତାର ଶକ୍ତିକୁ ଏକଜୁଟ୍ କରିବା ଦିଗରେ ଲାଗିପଡିଛି । ଉଭୟ ଦକ୍ଷିଣ ଏବଂ ଉତ୍ତରରେ ସୁରକ୍ଷା ବ୍ୟବସ୍ଥା ପୁନରୁଦ୍ଧାର ନ କରିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ।

ପ୍ରକାଶ, ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୂରିଛି । ଏହି ସମୟ ସୁଦ୍ଧା ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍‌କୁ ଶ୍ମଶାନ ଭୂମିରେ ପରିଣତ କରିସାରିଛନ୍ତି । ଗାଜାସ୍ଥିତ ହମାସ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଓ ସ୍ଥାନୀୟ ସାଧାରଣ ଲୋକଙ୍କୁ ମିଶାଇ ପ୍ରାୟ ୨୪ହଜାରରୁ ଅଧିକ ଲୋକ ଇସ୍ରାଏଲ ସେନା ଆକ୍ରମଣରେ ପ୍ରାଣ ହରାଇସାରିଛନ୍ତି । ସେହିପରି ୧୯ହଜାରରୁ ଅଧିକ ସେହି ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ଏସବୁ ସତ୍ତ୍ୱେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍ ସେନା ପକ୍ଷରୁ ଅନବରତ ଗୁଳି ଗୋଳାବାରୁଦ ବର୍ଷଣ ଜାରି ରହିଛି । ଇସ୍ରାଏଲ୍ ସେନା ସାମାନ୍ୟ ଚୁପ୍ ରହିବା ବେଳକୁ ହମାସ ଆତଙ୍କୀ ଇସ୍ରାଏଲ୍ ସେନା ଉପରେ ଆକ୍ରମଣ କରୁଥିବାରୁ ଯୁଦ୍ଧ ଶେଷ ସମ୍ପର୍କରେ କେହି କିଛି ବି ଆକଳନ ଲଗାଇପାରୁନାହାନ୍ତି । କାରଣ ହମାସ ଆତଙ୍କବାଦୀ ଗୋଷ୍ଠୀଙ୍କ ପକ୍ଷରୁ କରାଯାଉଥିବା ଆକ୍ରମଣ, ଇସ୍ରାଏଲ୍ ସେନାକୁ ଚିଡାଇବା ଭଳି କାର୍ଯ୍ୟ କରୁଛି । ଏସବୁ ମଧ୍ୟରେ ହମାସ୍ ଆତଙ୍କୀଗୋଷ୍ଠୀଙ୍କ ପାଖରୁ ଚୀନ୍ ନିର୍ମିତ ବିପୁଳ ପରିମାଣର ରାଇଫଲ, ଗ୍ରେନେଡ୍ ତଥା ଅନ୍ୟ ଯୁଦ୍ଧ ଅସ୍ତ୍ରଶସ୍ତ୍ର ମିଳିବା ପରେ ଇସ୍ରାଏଲ୍ ଆହୁରି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button