ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ – Ibnodisha

[ad_1]

ପୁରୀ: ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପଣ ଫଳକରେ ନଡିଆ ପିଟି ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିରର ଚାରିଦ୍ବାର ବେଦ ଧ୍ବନୀରେ ପ୍ରକମ୍ପିତ ହୋଇଛି। ଦୀର୍ଘ ଶତାଦ୍ଦୀର ଆଶା ଆକାଂକ୍ଷା ପୂରଣ ହୋଇଛି। ଯେଉଁ ଏୗତିହାସିକ ମୁହୁର୍ତ୍ତକୁ  ସାଢେ ଚାରି କୋଟି ଓଡିଶାବାସୀ  ଅନାଇ ରହିଥିଲେ ।

ପରେ ଗଜପତି ମହାରାଜାଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ନେଇ ସୂଚନା ରହିଛି। ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ  ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସେହିପରି ସନ୍ଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button