ଖେଳ

୩ୟ ଟି-୨୦ : ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଭାରତ – Ibnodisha

[ad_1]

ବେଙ୍ଗାଲୁରୁ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାନୀୟ ଏମ୍ ଚେନ୍ନାସ୍ୱାମୀ ଖେଳାଯାଇଥିବା ରୋମାଞ୍ଚର ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଦ୍ୱିତୀୟ ସୁପର୍ ଓଭର୍‌ରେ ୧୦ ରନ୍‌ରେ ବିଜୟୀ ହୋଇଛି । ଏହା ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । ପ୍ରଥମେ ବ୍ୟାଟିଂ ନେଇ ଭାରତ ୪ ୱିକେଟ୍ ବିନିମୟରେ ୨୧୨ ରନ୍ କରିଥିଲା । ଜବାବରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭର୍‌ରେ ୬ ୱିକେଟ୍ ହରାଇ ସମାନ ୨୧୨ ରନ୍ କରିଥିଲା । ଫଳରେ ମ୍ୟାଚ୍ ଟାଇ ହୋଇଥିଲା ଏବଂ ଫଳାଫଳ ନିର୍ଣ୍ଣୟ ପାଇଁ ସୁପର୍ ଓଭର୍‌ର ସହାୟତା ନିଆଯାଇଥିଲା । ସୁପର୍ ଓଭର୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଏକ ୱିକେଟ୍ ବିନିମୟରେ ୧୬ ରନ୍ କରିଥିଲା । ଜବାବରେ ଭାରତ ମଧ୍ୟ ସମାନ ୧ ୱିକେଟ୍ ବିନିମୟରେ ୧୬ ରନ୍ କରିବାରୁ ପୁଣିଥରେ ମ୍ୟାଚ୍ ଟାଇ ହୋଇଥିଲା ଏବଂ ମ୍ୟାଚ୍ ରୋମାଞ୍ଚକର ସ୍ଥିତିକୁ ଯାଇଥିଲ । ଦ୍ୱିତୀୟ ସୁପର୍ ଓଭର୍‌ରେ ପ୍ରଥମେ ଭାରତ ୧୧ ରନ୍ କରିଥିବା ବେଳେ ଆଫଗାନିସ୍ତାନ ମାତ୍ର ୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହା ଭାରତର ଟି-୨୦ରେ ୯ମ ଥର କ୍ଲିନ୍ ସ୍ୱିପ୍ । ଏହା ସହିତ ଭାରତ ନାମରେ ସର୍ବାଧିକ କ୍ଲିନ୍ ସ୍ୱିପ୍‌ର ରେକର୍ଡ ହୋଇଛି ।

ସିରିଜ୍‌ରେ କ୍ରମାଗତ ତୃତୀୟ ଥର ପାଇଁ ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ୨୦ ଓଭର୍‌ରେ ୪ ୱିକେଟ୍ ହରାଇ ୨୧୨ ରନ୍‌ର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଲକ୍ଷ୍ୟକୁ ପିଛା କରୁଥିବା ଆଫଗାନିସ୍ତାନର ଦୁଇ ଓପ୍ନର୍ ରହମନୁଲ୍ଲାହ ଗୁରବାଜ୍ (୫୦) ଓ କ୍ୟାପ୍‌ଟେନ୍ ଇବ୍ରାହିମ୍ ଜାଦ୍‌ରାନ୍ (୫୦) ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ । ତେବେ ଏହାପରେ ଭାରତୀୟ ବୋଲର୍ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୱାଶଂଟନ୍ ସୁନ୍ଦର ଲଗାତାର ବଲ୍‌ରେ ଦୁଇଟି ୱିକେଟ୍ ନେଇ ରନ୍ ଗତି କମାଇଥିଲେ । ୧୦୭ ରନ୍‌ରେ ୩ ୱିକେଟ୍ ପତନ ପରେ ମହମ୍ମଦ ନବୀ ଓ ଗୁଲବଦିନ୍ ନାଏବ୍ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ନବୀଙ୍କୁ ଆଉଟ୍ କରି ସୁନ୍ଦର ଏଥିରେ ବ୍ରେକ୍ ଲଗାଇଥିଲେ । ମାତ୍ର ଗୁଲବଦିନ ନାଏବ୍ ଗୋଟିଏ ପଟେ ତିଷ୍ଠି ରହି ସ୍କୋର୍ ୨୧୨ ରନ୍‌ରେ ପହଞ୍ଚାଇ ମ୍ୟାଚ୍‌କୁ ଟାଇ କରାଇଥିଲେ । ନାଏବ୍ ୨୩ ବଲ୍‌ରେ ୪ ଚୌକା ଓ ୪ ଛକା ସହାୟତାରେ ୫୫ ରନ୍ କରି ଅପରାଜିତ ଥିଲେ ।

ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତର ଆରମ୍ଭ ଭଲ ନଥିଲା । ଦଳୀୟ ସ୍କୋର୍ ୧୮ ରନ୍‌ରେ ଓପ୍ନର ଯଶସ୍ୱୀ ଜୟସ୍ୱାଲ୍ (୪) ଫରିଦ୍‌୍ ଅହମଦ୍‌ଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହାପରେ ଆସିଥିବା ବିରାଟ କୋହଲିଙ୍କୁ ଫରିଦ୍ ଗୋଲ୍‌ଡେନ୍ ଡକ୍‌ରେ ପ୍ୟାଭିଲିଅନ୍ ଫେରାଇଥିଲେ । ଟି-୨୦ କ୍ରିକେଟ୍ କ୍ୟାରିୟର୍‌ରେ ପାଞ୍ଚଥର ଶୂନ୍ୟରେ ଆଉଟ୍ ହୋଇଥିବା କୋହଲି ପ୍ରଥମ ଥର ପାଇଁ ଗୋଲ୍‌ଡେନ୍ ଡକ୍‌ରେ ଆଉଟ୍ ହୋଇଥିଲେ । କୋହଲିଙ୍କ ଆଉଟ୍ ପରେ କ୍ରିଜ୍‌କୁ ଆସିଥିବା ଶିଭମ୍ ଦୁବେ ଏକ ରନ୍ କରି ଅଜମତୁଲ୍ଲାହଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାଚ୍ ଦେଇ ଫେରିଥିଲେ । ସିରିଜ୍‌ରେ ପ୍ରଥମ ଥର ପାଇଁ ସୁଯୋଗ ପାଇଥିବା ସଞ୍ଜୁ ସାମ୍‌ସନ୍ ମଧ୍ୟ ଖାତା ଖୋଲିପାରି ନଥିଲେ । ସେ ଫରିଦ୍‌ଙ୍କ ତୃତୀୟ ଶିକାର ହୋଇଥିଲେ । ୨୨ ରନ୍‌ରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଭାରତୀୟ ଇନିଂସ୍‌କୁ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ରିଙ୍କୁ ସିଂହ ସମ୍ଭାଳିଥିଲେ । ଉଭୟ ଧୂଆଁଧାର ବ୍ୟାଟିଂ କରି ପଞ୍ଚମ ୱିକେଟ୍ ପାଇଁ ୯୩ ବଲ୍‌ରେ ଅବିଭାଜିତ ୧୯୦ ରନ୍‌ର ଭାଗୀଦାରି କରି ଭାରତର ସ୍କୋର୍ ୪ ୱିକେଟ୍ ବିନିମୟରେ ୨୧୨ ରନ୍‌ରେ ପହଞ୍ଚାଇଥିଲେ । ଏହା ମଧ୍ୟରେ ରୋହିତ ଶର୍ମା ୬୯ ବଲ୍‌ରୁ ୧୧ ଚୌକା ଓ ୮ ଛକା ସହାୟତାରେ ଅପରାଜିତ ୧୨୧ ରନ୍ କରିଥିଲେ । ଏହା ଟି-୨୦ କ୍ୟାରିୟର୍‌ରେ ତାଙ୍କର ପଞ୍ଚମ ଶତକ ହୋଇଥିବା ବେଳେ ଏହି ଛୋଟ ଫର୍ମାଟ୍‌ରେ ୫ ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର୍ ହୋଇଛନ୍ତି । ସେହିପରି ରୋହିତଙ୍କ ଅପରାଜିତ ୧୨୧ ରନ୍ ଭାରତ ପକ୍ଷରୁ ଟି-୨୦ ଫର୍ମାଟ୍‌ରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ । ଶୁବମନ ଗିଲ୍ ଅପରାଜିତ ୧୨୬ ରନ୍ ସହ ଏହି ତାଲିକା ଶୀର୍ଷରେ ରହିଛନ୍ତି ।

ରୋହିତ ଓ ରିଙ୍କୁ ରେକର୍ଡ ପାର୍ଟନର୍‌ଶିପ୍‌
ଆଫଗାନିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍‌ରେ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ରିଙ୍କୁ ସିଂହ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଦୁଇ ଖେଳାଳି ଅବିଭାଜିତ ପଞ୍ଚମ ୱିକେଟ୍ ପାଇଁ ୧୯୦ ରନ୍‌ର ଭାଗୀଦାରି କରିଛନ୍ତି । ଏହା ଟି-୨୦ କ୍ରିକେଟ୍‌ରେ ପଞ୍ଚମ ୱିକେଟ୍ ପାଇଁ ସବୁଠୁ ବଡ଼ ଭାଗୀଦାରି । ଏହା ପୂର୍ବରୁ ନେପାଳର କୁଶଳ ମଲ୍ଲ ଓ ଦୀପେନ୍ଦ୍ର ସିଂହ ଏରି ୨୦୨୩ରେ ୫ମ ୱିକେଟ୍‌ରେ ୧୪୫ ରନ୍‌ର ଭାଗୀଦାରି କରିଥିଲେ । ଏହା ସହିତ ଭାରତ ପାଇଁ ଟି-୨୦ କ୍ରିକେଟ୍‌ରେ କୌଣସି ୱିକେଟ୍‌ରେ ସବୁଠୁ ବଡ଼ ଭାଗୀଦାରି କରିବାରେ ରୋହିତ ଓ ରିଙ୍କୁ ପ୍ରଥମ ଯୋଡ଼ି ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଦୀପକ ହୁଡା ଓ ସଞ୍ଜୁ ସାମ୍‌ସନ୍‌ଙ୍କ ନାମରେ ଥିଲା । ସେମାନେ ୧୭୬ ରନ୍‌ର ଭାଗୀଦାରି କରିଥିଲେ । ସେହିପରି ୨୦୧୭ରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ମଧ୍ୟରେ ୧୬୫ ରନ୍‌ର ଭାଗୀଦାରି ହୋଇଥିଲା । ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ରେ ରୋହିତ ୬୯ ବଲ୍‌ରୁ ୧୧ ଚୌକା ଓ ୮ ଛକା ସହାୟତାରେ ଅପରାଜିତ ୧୨୧ ରନ୍ କରିଛନ୍ତି । ସେହିପରି ରିଙ୍କୁ ସିଂହ ଦୁଇ ଚୌକା ଓ ଛଅ ଛକା ସହାୟତାରେ ୩୯ ବଲ୍‌ରୁ ଅପରାଜିତ ୬୯ ରନ୍ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button