ରାଜନୀତି

ସାଧାରଣ ନିର୍ବାଚନ ପାଇଁ ଜାନୁୟାରୀ ୨୩ ଓ ୨୫ରେ କଂଗ୍ରେସର ପ୍ରଶିକ୍ଷଣ ଶିବିର – Ibnodisha

[ad_1]

ଭୁବନେଶ୍ୱର: ଆସନ୍ତା ସାଧାରଣ ଏବଂ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ ଏବଂ ଅଜୟ କୁମାରଙ୍କ ଅନୁମୋଦନକ୍ରମେ ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ୨୧ ଜଣ ସଂଯୋଜକ ତଥା ୧୪୭ ବିଧାନସଭା କ୍ଷେତ୍ର ପାଇଁ ୧୪୭ ଜଣ ସଂଯୋଜକଙ୍କୁ ନିଯୁକ୍ତି କରାଯାଇଅଛି । ନିଯୁକ୍ତି ପାଇଥିବା ସଂଯୋଜକମାନେ କିଭଳି ଭାବରେ ନିଜ ନିଜ ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପରିଚାଳନା କରିବେ ସେଥିପାଇଁ ଆସନ୍ତା ଜାନୁୟାରୀ ୨୩ ଓ ୨୫ ତାରିଖରେ ଅଖିଳ ଭାରତ କଂଗ୍ରେସ କମିଟିର ସ୍ୱତନ୍ତ୍ର ନିର୍ବାଚନ ପ୍ରଶିକ୍ଷଣ ଅଧିକାରୀମାନେ ଭୁବନେଶ୍ୱର ଠାରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

ପ୍ରକାଶଥାଉକି ଜାନୁୟାରୀ ୨୩ ତାରିଖ ଦିନ ୧୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା – ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଓ କେନ୍ଦୁଝର ଏବଂ ଉପରୋକ୍ତ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭୦ ଟି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ରର ସଂଯୋଜକମାନେ ଏବଂ ସେହିପରି ଜାନୁୟାରୀ ୨୫ ତାରିଖରେ ୧୧ ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା- ଢ଼େଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଆସ୍କା ଓ ବ୍ରହ୍ମପୁର ଏବଂ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭୭ଟି ବିଧାନସଭା କ୍ଷେତ୍ରର ସଂଯୋଜକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଏହି ଦୁଇ ଦିନ ଧରି ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ରହିବେ ବୋଲି ଆଜି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ତେଣୁ ନିଯୁକ୍ତି ପାଇଥିବା ସଂଯୋଜକମାନେ ନିର୍ଦ୍ଧାରିତ ତାରିଖରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button