ରାଜ୍ୟ

ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ – Ibnodisha

[ad_1]

କଟକ: କଟକ କାଠଯୋଡି ବ୍ରିଜ୍ ନିକଟରେ ଅଭାବନୀୟ ଘଟଣା ଘଟିଛି। ମାଞ୍ଜା ସୂତାରେ ପୁଣି ଜଣେ ବ୍ୟକ୍ତିଙ୍କ ବେକ କଟିଯାଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତି ଜଣକ ଅକ୍ଷୟ ମହାପାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଅକ୍ଷୟ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ବରକୁ ଯାଉଥିଲେ ।

ଏହି ସମୟରେ ଗୁଡିର ସୂତା ତାଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଫଳରେ ଅକ୍ଷୟଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି। ତେବେ କଟକରେ ମାଞ୍ଜା ସୂତାରେ ୪ଜଣଙ୍କର ଜୀବନ ଗଲାଣି। ତଥାପି ଲୋକ ସଚେତନତା ଅବଲମ୍ବନ କରୁନାହାନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button