ଦେଶ

ରଶ୍ମିକାଙ୍କ ଡିପଫେକ୍ : ମାଷ୍ଟ୍ରରମାଇଣ୍ଡ ଗିରଫ – Ibnodisha

[ad_1]

ମୁମ୍ବାଇ : ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ୍ ଭିଡିଓ ଭାଇରଲ ମାମଲା। ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହେଲା ଦିଲ୍ଲୀ ପୋଲିସ । ସମ୍ପୃକ୍ତ ବ୍ୟକ୍ତିକୁ ଦିଲ୍ଲୀରୁ ଗିରଫ କରିଛି ପୁଲିସ। ଗତ ବର୍ଷ ନଭେମ୍ବରରେ ରଶ୍ମିକାଙ୍କ ଏକ ଡିପଫେକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ପ୍ରକୃତରେ ଏହି ଭିଡିଓଟି ଜଣେ ବ୍ରିଟିଶ-ଇଣ୍ଡିଆନ ଇନଫ୍ଲୁଏନ୍ସର ଜାରା ପଟେଲଙ୍କର। ତାଙ୍କ ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଏଡିଟ୍ କରାଯାଇଥିଲା। କେନ୍ଦ୍ର ସରକାର ମାମଲାକୁ ଗୁରୁତର ସହ ନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ଯେପରି ଏହିପରି ଭିଡିଓ ଭାଇରାଲ୍ ନ ହୁଏ ସେଥିପାଇଁ ପ୍ଲାଟଫର୍ମଗୁଡିକୁ ଚେତାବନୀ ଦେଇଥିଲେ। ଏଥିସହ ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମାମଲା ପଞ୍ଜିକୃତ କରିବାର ବ୍ୟବସ୍ଥା କରିଥିଲେ। ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା। ଶେଷରେ ରଶ୍ମିକାଙ୍କ ଭିଡିଓ କ୍ରିଏଟ୍ କରିଥିବା କ୍ରିଏଟରକୁ ଗିରଫ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button