ଦେଶ

ଅଯୋଧ୍ୟାରେ ଲାଗିଲାଣି ସେଲିବ୍ରିଟିଙ୍କ ଭିଡ – Ibnodisha

[ad_1]

ମୁମ୍ଵାଇ : ଶେଷରେ ସେହି ଐତିହାସିକ ମୁହୂର୍ତ୍ତ ଆସିଛି । ଯେଉଁଥିପାଇଁ ସମଗ୍ର ଦେଶ ଅପେକ୍ଷା କରିଥିଲା । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ଅର୍ଥାତ୍‌ ଆଜି ହେବାକୁ ଯାଉଛି । ସମୟ ଯେତିକି ପାଖେଇ ଆସୁଛି, ସେତିକି ସେତିକି ଲୋt6 କଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି । ଉତ୍କଣ୍ଠା ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବହୁ ନାମୀଦାମୀ ସେଲିବ୍ରିଟିଙ୍କ ମଧ୍ୟରେ ରହିଛି । ଆଉ ଏଥିପାଇଁ କିଏ ଅଯୋଧ୍ୟାରେ ପହଞ୍ଚି ସାରିଲେଣି ତ ଆଉ କିଏ ଅଯୋଧ୍ୟା ଅଭିମୁଖେ ଯାଉଛନ୍ତି।

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ଏମିତିକି ସେ ହନୁମାନଗଡିରେ ସଫେଇ କାର୍ଯ୍ୟକ୍ରମ ବି କରିଛନ୍ତି । ଏପଟେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ମଧ୍ୟ ଲକ୍ଷ୍ଣୋ ଏୟାରପୋର୍ଟରେ ପହଞ୍ଚି ସାରିଛନ୍ତି ।

ରବିବାର ସକାଳେ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଶ୍ରୀ ରାମ ମାଧବ ନୈନେ ଅଯୋଧ୍ୟା ଯିବା ପୂର୍ବରୁ ବିମାନବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ମାଧୁରୀ ବହୁତ ସୁନ୍ଦର ଦେଖାଯାଉଥିଲେ।  ତାଙ୍କ ସ୍ୱାମୀ ସୁଟରେ ଏକାଠି ନଜର ଆସିଥିଲେ ।

ସେହିପରି କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ମଧ୍ୟ ଅଯୋଧ୍ୟା ଅଭିମୁଖେ ଯାଉଥିବାର ନଜର ଆସିଥିଲେ। ଉଭୟଙ୍କୁ ମୁମ୍ବାଇର ଘରୋଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଦୁହେଁ ଟ୍ରାଡିସନାଲ ଲୁକ୍‌ରେ ଥିଲେ । କ୍ୟାଟ୍‌ ମଧ୍ୟ ହଳଦିଆ ରଙ୍ଗର ସୁନ୍ଦର ଶାଢୀରେ ପିନ୍ଧିଥିଲେ। ତାଙ୍କ ମଥା ଲାଲ୍‌ ବିନ୍ଦି, କାନଫୁଲରେ ବହୁତ ସୁନ୍ଦର ଦେଖାଯାଉଥିଲେ । ବିକି ଧଳା ରଙ୍ଗର କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ।

ବିମାନବନ୍ଦରରେ ବଲିଉଡର ପାୱାର ପ୍ୟାକ୍ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ସହ ରୋହିତ ଶେଟ୍ଟୀ ମଧ୍ୟ ଥିଲେ। ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ଜ୍ୟାକି ଶ୍ରଫ ମୁମ୍ବାଇ ବିମାନବନ୍ଦରରେ ଏକ ପ୍ଲାଣ୍ଟ ନେଇଥିବାର ନଜର ଆସିଥିଲେ । ଏହି ସମୟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଧଳା କୁର୍ତ୍ତା ପାଇଜାମା ପିନ୍ଧି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ସହ ଥିଲେ। ସେହିପରି ତାମିଲ ସୁପରଷ୍ଟାର ରଜନୀକାନ୍ତ ସହ ତାଙ୍କ ପତ୍ନୀ ମଧ୍ୟ ଅଯୋଧ୍ୟ ଅଭିମୁଖେ ବାହାରିଛନ୍ତି । ଏମାନଙ୍କ ସହ ଅଛନ୍ତି ଅଭିନେତା ଧନୁଷ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଚେନ୍ନାଇ ଛାଡିଛନ୍ତି ଅଭିନେତା । ବର୍ଷିୟାନ ଅଭିନେତା ଅନୁପମ ଖେର ଅଯୋଧ୍ୟା ପାଇଁ ମଧ୍ୟ ମୁମ୍ବାଇ ଛାଡିଛନ୍ତି । ତାଙ୍କ ବ୍ୟତୀତ ବିବେକ୍‌ ଓବରୋଇ, ମଧୁର ଭଣ୍ଡାରକରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button