ଦେଶ

ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସାମିଲ ହେବା ଉଚିତ: ମସ୍କ – Ibnodisha

[ad_1]

ନୂଆଦିଲ୍ଲ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ମତ ରଖିଛନ୍ତି ବିଶ୍ୱର ଧନୀ ବ୍ୟକ୍ତି ଏଲନ ମସ୍କ । ସେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି । ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟେରସ ୟୁଏନଏସିରେ ଆଫ୍ରିକା ଦେଶର ପ୍ରତିନିଧିତ୍ୱକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏହା ଉପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଟେସଲା ସିଇଓ ଏଲନ ମସ୍କ । ତେବେ ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ନେଇ କହିଥିଲେ, ଦୁନିଆରେ କୌଣସି ଜିନିଷ ଅତି ସହଜରେ ମିଳେ ନାହିଁ । କିଛି ଜିନିଷ ଆମକୁ ହାସଲ କରିବାକୁ ପଡ଼େ । ବିଲେନିୟରଙ୍କ କହିବା ଅନୁସାରେ, କେତେକ କ୍ଷେତ୍ରରେ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

ଭାରତ ଜନସଂଖ୍ୟା ବହୁଳ ବିଶିଷ୍ଟ ରାଷ୍ଟ୍ର ହୋଇଥିଲେ ସୁଦ୍ଧା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ର ସ୍ଥାୟୀ ସଦସ୍ୟ ନହୋଇ ପାରିବା ଏକ ଦୁଃଖର ବିଷୟ ଅଟେ । ଏହା ଏକ ପ୍ରକାର ଅବୈଧ ଅଟେ । ଅନ୍ୟପଟେ ଆଫ୍ରିକା ପାଇଁ ମଧ୍ୟ ଏକ ସ୍ଥାନ ରହିବା ଉଚିତ । ପ୍ରକାଶଥାଉକି, ୟୁଏନଏସସି ସଂଗଠନରେ ସଦସ୍ୟତା ପାଇବାକୁ ଭାରତ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛି । ୟୁଏନଏସସି ସଦସ୍ୟ ହେବାକୁ ଭାରତ ପାଖରେ ସମସ୍ତ ଯୋଗ୍ୟତା ରହିଥିଲେ ହେଁ ମିଳୁନି ସ୍ଥାୟୀ ସଦସ୍ୟତା । ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ ୫ଟି ବିକଶିତ ଦେଶ ସ୍ଥାୟୀ ସଦସ୍ୟତା ପାଇଛନ୍ତି । ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ୟୁଏନଏସି ଗଠନ ସମୟରେ ଆମେରିକା,ଋଷିଆ, ଚୀନ, ବ୍ରିଟେନ ଓ ଫ୍ରାନ୍ସକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା । ସାରା ବିଶ୍ୱରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ମିଳିତ ଜାତିସଂଘର ସୁରକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟ । ୟୁଏନଏସସି ଉପରେ ଦୁନିଆର ଶାନ୍ତି ଓ ସୁରକ୍ଷା ଦାୟିତ୍ୱ ରହିଛି । ଯଦି କୌଣସି ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ହୁଏ ବା ହେଉଥାଏ ଏହା ଉପରେ ସୁରକ୍ଷା ପରିଷଦ ସର୍ବୋଚ୍ଚ ନିଷ୍ପତ୍ତି ନେଇ ସଠିକ କାର୍ଯ୍ୟାନୁଷ୍ଠାନ ନେଇପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button