ଦେଶ

ସାର୍କ ଟ୍ୟାଙ୍କ୍‌ରେ ପହଁରୁଥିବା ବେଳେ ୧୦ ବର୍ଷିୟ ବାଳକକୁ ଆକ୍ରମଣ କଲା ସାର୍କ – Ibnodisha

[ad_1]

ନୂଆଦିଲ୍ଲୀ : ବାହାମସ୍‌ର ଗୋଟାଏ ରିସର୍ଟରେ ଥିବା ‘ସାର୍କ ଟ୍ୟାଙ୍କ୍‌’ରେ ପହଁରୁଥିବା ବେଳେ ଜଣେ ୧୦ ବର୍ଷିୟ ବାଳକର ଗୋଡ଼କୁ ସାର୍କ ମାଛଟିଏ କାମୁଡ଼ି ପକାଇବାରୁ ପାଣି ରକ୍ତରଞ୍ଜିତ ହୋଇଯାଉଥିବାର ଭିଡିଓ ସମ୍ପ୍ରତି ଭାଇରାଲ୍‌ ହୋଇଛି।ସଂଗୃହୀତ ସୂଚନା ଅନୁସାରେ, ସାର୍କ ଆକ୍ରମଣ ଘଟଣା ଜାନୁଆରି ୧୫ ତାରିଖରେ ଘଟିଥିଲା। ସେଦିନ ଆଟ୍‌ଲାଣ୍ଟିସ୍‌ ପାରାଡାଇଜ୍‌ ଆଇଲାଣ୍ଡ୍‌ ରିସର୍ଟରେ ଆୟୋଜିତ ଏକ ପ୍ରତିଯୋଗିତାରେ ସେ ବାଳକ ଭାଗ ନେଇଥିଲା। କୌଣସିମତେ ପିଲାଟି ଜଳାଶୟ କୂଳକୁ ଉଠି ଆସବା ପରେ ପାଣି ଭିତରେ ସାର୍କମାନେ ପାଗଳ ଭଳି ଜଳାଶୟ ଭିତରେ ଚକ୍ରାକାରେ ପହଁରୁଥିବା ଦେଖାଯାଇଥିଲା।ରିସର୍ଟ ପକ୍ଷରୁ ‘ସାର୍କ ଡାଇଭିଙ୍ଗ୍‌’ କାର୍ଯ୍ୟକ୍ରମ ‘ବ୍ଲୁ ଆଡ୍‌ଭେଞ୍ଚର୍‌’ ପରିଚାଳନା କରୁଥିବା ‘ଷ୍ଟୁଆର୍ଟ କୋଭ୍‌’ କହିଛନ୍ତି ଯେ, ବାଳକଜଣକ ଜଣେ ‘ଡାଇଭ୍‌ ଇନ୍‌ଷ୍ଟ୍ରକ୍ଟର୍‌’ ଓ ଜଣେ ‘ଡାଇଭ୍‌ ଗାଇଡ୍‌’ଙ୍କ ସହିତ ପହଁରୁ ଥିଲା। ସାର୍କ ଆକ୍ରମଣରେ ଆହତ ସେ ବାଳକକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ତା’ର ଅବସ୍ଥା ସଙ୍କଟାପନ୍ନ ଥିଲେ ବି ସ୍ଥିର ରହିଛି। ଉତ୍ତମ ଚିକିତ୍ସା ନିମନ୍ତେ ସେ ବାଳକକୁ ଜାନୁଆରି ୧୭ ତାରିଖ ଦିନ ସ୍ଥାନୀୟ ଡାକ୍ତରଖାନରୁ ବିମାନ‌ଯୋଗେ ମେରିଲାଣ୍ଡ୍‌କୁ ନିଆଯାଇଥିଲା। ସେଠାରୁ ତାକୁ ଆମେରିକା ନିଆଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button