ରାଜ୍ୟ

ଜବାବ ଦେଲେ ସୁରକ୍ଷାକର୍ମୀ; ୬ ନକ୍ସଲ ସଫା – Ibnodisha

[ad_1]

ମାଲକାନଗିରି: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ଆଜି ନକ୍ସଲମାନଙ୍କୁ ସୁରକ୍ଷାବାହିନୀର ଯବାନମାନେ ଉଚିତ୍ ଜବାବ ଦେଇଛନ୍ତି । ନକ୍ସଲମାନଙ୍କର ଗୁଳିରେ ୩ ଯବାନ୍ ସହିଦ ହୋଇଥିଲେ । ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ ଜଣ ନକ୍ସଲଙ୍କୁ ସଫା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଛି । ମାଓବାଦୀମାନଙ୍କର ସଂଖ୍ୟା ଅଧିକ ଥିବାରୁ ସୁରକ୍ଷାବାହିନୀର ଯବାନମାନେ ସଫଳତାର ସହିତ ମୁକାବିଲା କରିପାରି ନାହାନ୍ତି ।

ଫଳରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଅନ୍ୟ ୧୪ ଜଣ ଯବାନଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସୁରକ୍ଷାବାହିନୀର ଯମାନମାନେ ୬ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ବସ୍ତର ଆଇଜି ପି ସୁନ୍ଦରରାଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତେବେ ଜୋନାଗୁଡ଼ା ଓ ଅଲୀଗୁଡ଼ା ସୀମାରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମାଓ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ୧୪ ଜଣ ଯବାନଙ୍କୁ ଜଗଦଲପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ୮ ଜଣ ଗୁରୁତରମାନଙ୍କୁ ଏୟାର ଲିଫ୍ଟ କରାଯାଇଛି ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା । କୁହାଯାଉଛି ଯେ, ଯବାନଙ୍କ ମୁହଁ, କାନ୍ଧ, ଗୋଡ଼ ଓ ଛାତିରେ ଗୁଳି ବାଜିଛି । ଗୁରୁତର ଯବାନଙ୍କୁ ଭେଟିବା ପାଇଁ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା ଡାକ୍ତରଖାନା ପହଞ୍ଚି ଥିଲେ । ଏଥି ସହିତ ଶ୍ରୀ ଶର୍ମା ସହିଦ ଯବାନଙ୍କ ପାଇଁ ଶୋକ ଜଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button