ସ୍ୱାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ – Ibnodisha

[ad_1]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ହମୀରପୁରରେ ଘଟିଛି ଏକ ଅଭବନୀୟ ଘଟଣା । ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସ୍ୱାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ । ବିବାହ ପରେ ସ୍ୱାମୀ ବାରମ୍ବାର ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ବିରକ୍ତ ହୋଇଯାଇଥିଲେ ମହିଳା । ରବିବାର ଏହି ଘଟଣା ଘଟିଥିବା ବେଳେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତ ସ୍ୱାମୀ । ପୀଡ଼ିତଙ୍କ ନାମ ରାମୁ ନିଶାଦ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିବାହ ପରେ ପରେ ସବୁ କିଛି ଠିକ ଥିବା ବେଳେ କିଛି ବର୍ଷ ପରେ ରାମୁ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । କେବଳ ତାହା ନୁହେଁ ସେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ ମଧ୍ୟ କରୁଥିଲେ ରାମୁ । ଅନେକ ଥର ଇଚ୍ଛା ନଥାଇ ବି ସ୍ୱାମୀଙ୍କୁ ଖୁସି କରାଇବା ପାଇଁ ମହିଳା ସବୁ ସହିଯାଉଥିବା ବେଳେ ବାରମ୍ବାର ଏଭଳି ହେବାରୁ ?ସେ ବିରକ୍ତ ହୋଇଯାଇଥିଲେ । ଏହି କାରଣରୁ ମହିଳାଜଣକ ରବିବାର ରାଗରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାମୁଡ଼ି ଦେଇଥିଲେ । ଏବେ ରାମୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
[ad_2]