ପୋଷ୍ଟ ଅଫିସର ଏହି Scheme ଆପଣଙ୍କୁ କରିଦେବ ମାଲାମାଲ ,ପ୍ରତି ମାସରେ ପାଇପାରିବେ ତିନି ହଜାର ସୁଧ ,ଜାଣନ୍ତୁ କିପରି ଉଠାଇବେ ଲାଭ
ନମସ୍କାର ଦର୍ଶକବନ୍ଧୁ ପୋଷ୍ଟ ଅଫିସର ଧମାକାଦାର ସ୍କିମ ନିବେଶ କଲେ ମିଳିବ ମୋଟା ଅଙ୍କର ସୁଧ ସୁରକ୍ଷିତ ବିନିଯୋଗ ସହ ମିଳିବ ଅଧିକ ଲାଭ |ସୁରକ୍ଷିତ ବିନିଯୋଗ ଏବଂ ଅଧିକ ଲାଭ ପାଇଁ ପୋଷ୍ଟ ଅଫିସ ସଞ୍ଚୟ ସ୍କିମ ହେଉଛି ସବୁଠାରୁ ପସନ୍ଦ ଯୋଗ୍ୟ ଯୋଜନା ଯଦି ଆପଣ ଏହିପରି ପୋଷ୍ଟ ଅଫିସର ଏହି ଯୋଜନାରେ ବିନିଯୋଗ କରନ୍ତି ତେବେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ |ପୋଷ୍ଟ ଅଫିସର ଏଭଳି ଏକ ଧମାକାଦାର ସ୍କିମ ରହିଛି ଯାହାକି ଆପଣଙ୍କୁ ପ୍ରତି ମାସରେ ରୋଜଗାର ଦେବ ଆପଣଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ |
କାରଣ ଏଭଳି ସ୍କିମରେ ବିନିଯୋଗ କରିବା ପାଇଁ ଅଫର ଦେଉଛି ପୋଷ୍ଟ ଅଫିସ ଏହି ଯୋଜନାର ନାଁ ହେଉଛି ପୋଷ୍ଟ ଅଫିସ ମାସିକ ସଞ୍ଚୟ ଯୋଜନା ଯାହା ଉପରେ ଆପଣ ପ୍ରତି ମାସରେ ଭଲ ଦୁଇ ପଇସା ରୋଜଗାର କରିପାରିବେ |ପୋଷ୍ଟ ଅଫିସ ମାସିକ ସଞ୍ଚୟ ଯୋଜନା ହେଉଛି ଏକ ସରକାରୀ ସଞ୍ଚୟ ଯୋଜନା ଯେଉଁଥିରେ ଆପଣ ପ୍ରତି ମାସରେ ସୁଧ ପାଇପାରିବେ ପୋଷ୍ଟ ବିଭାଗ ବା ଇଣ୍ଡିଆ ପୋଷ୍ଟ ଏହି ଯୋଜନା ଚଳାଇ ଥାଏ |ବର୍ତ୍ତମାନ ଆପଣ ଏହି ଯୋଜନାରେ ବାର୍ଷିକ 7.4 ପ୍ରତିଶତ ହାରରେ ସୁଧ ପାଇବେ |
ଏହି ଯୋଜନାରେ ଆପଣଙ୍କୁ ଥରେ ଏକ ନିର୍ଦିଷ୍ଟ ରାଶିରେ ବିନିଯୋଗ କରିବାକୁ ହେବ ଏବଂ ଆପଣ ପ୍ରତି ମାସରେ ସୁଧ ପାଇବେ |ପାଞ୍ଚ ବର୍ଷ ପରେ ଏହି ସ୍କିମର ବୈଧତା ଶେଷ ହେବ ଯାହା ଉପରେ ଆପଣ ପୁରା ଟଙ୍କା ଫେରସ୍ତ ପାଇବେ ଅର୍ଥାତ ଥରେ ଟଙ୍କା ବିନିଯୋଗ କଲେ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ଆପଣ ପ୍ରତି ମାସରେ ଟଙ୍କା ପାଇପାରିବେ |
ଏଥି ସହିତ ପାଞ୍ଚ ବର୍ଷର ବୈଧତା ଶେଷ ହେବା ପରେ ଆପଣ ପୁରା ଟଙ୍କା ମଧ୍ୟ ପାଇବେ କେବଳ ସେତିକି ନୁହେଁ ପାଞ୍ଚ ବର୍ଷ ପରେ ଆପଣ ସେହି ଟଙ୍କାକୁ ପୁଣି ନିବେଶ କରିପାରିବେ ଏହି ସ୍କିମର ସବୁଠାରୁ ବଡ଼ କଥା ହେଉଛି ଏଥିରେ ଆପଣ ଟଙ୍କା ନିବେଶ କରିବା ପରେ ବୈଧତା ଶେଷ ହେବା ପରେ ବି ଯଦି ଟଙ୍କା ଫେରସ୍ତରେ କୌଣସି କାରଣରୁ ବିଳମ୍ବ ଘଟେ |
ତେବେ ଆପଣଙ୍କୁ ନିୟମ ଅନୁଯାଇ ପ୍ରତି ମାସରେ ଧାର୍ଯ୍ୟ ସୁଧ ମିଳିବ |ଯଦି ଆପଣ ପାଞ୍ଚ ବର୍ଷ ପାଇଁ 7.4 ପ୍ରତିଶତ ସୁଧ ହାରରେ ପାଞ୍ଚ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତେବେ ଆପଣଙ୍କୁ ସୁଧ ହିସାବରେ ମାସକୁ 3084 ଟଙ୍କା ମିଳିବ କେବଳ ସୁଧ ବାବଦକୁ ଆପଣ ପାଞ୍ଚ ବର୍ଷ ମଧ୍ୟରେ 1,85,000 ଟଙ୍କା ପାଇବେ