ଦେଶ

ଇଡିର କେଜ୍ରିୱାଲଙ୍କୁ ପଞ୍ଚମ ସମନ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପଞ୍ଚମ ଥର ପାଇଁ ସମନ ଜାରି କରିଛି। ଅରବିନ୍ଦ କେଜ୍ରିଓ୍ଵାଲ ଏଯାବତ୍‌ ତଦନ୍ତକାରୀ ସଂସ୍ଥା ଇଡି ଦ୍ୱାରା ଜାରି କରାଯାଇଥିବା ୪ଟି ସମନକୁ ‘ବେଆଇନ’ ଏବଂ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ ବୋଲି କହି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ଫେବ୍ରୁଆରି ୨ ତାରିଖ ପାଇଁ ନୂଆ ସମନ ଇଡି ଜାରି କରିଥିବା ଜଣାପଡିଛି।

କେଜ୍ରିଓ୍ଵାଲ ଜାନୁଆରି ୧୮ରେ ଇଡି ନିକଟରେ ହାଜର ହେବାର ଥିଲା, ଯେତେବେଳେ ଏଜେନ୍‌ସି ତାଙ୍କୁ ଚତୁର୍ଥ ସମନ ଜାରି କରିଥିଲା। ତେବେ ସେ ଅଭିଯୁକ୍ତ ନୁହଁନ୍ତି ବୋଲି କହି ସମନକୁ ଏଡ଼ାଇ ଯାଇଥିଲେ। ସେ ସମୟରେ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦଳର ଅନ୍ୟ ନେତାଙ୍କ ସହ ତିନି ଦିନିଆ ଗୋଆ ଗସ୍ତରେ ଯାଇଥିଲେ।

ପରେ ଏଜେନ୍‌ସି ଅରବିନ୍ଦ କେଜ୍ରିୱାଲଙ୍କୁ ତୃତୀୟ ସମନ ଜାରି କରି ଜାନୁଆରି ୩ ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା। କିନ୍ତୁ, ଏହା ବେଆଇନ ଏବଂ ତାଙ୍କୁ ଗିରଫ କରିବା ପାଇଁ ଷଡ଼ଯନ୍ତ୍ର ବୋଲି କହି ସେ ତୃତୀୟ ସମନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ଦିଲ୍ଲୀରେ ରାଜ୍ୟସଭା ନିର୍ବାଚନ ଓ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଯୋଗୁଁ ପଚରାଉଚରା ପାଇଁ ସେ ଇଡି ନିକଟରେ ହାଜର ହୋଇପାରୁ ନଥିବା ଦର୍ଶାଇଥିଲେ।

ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ୨ ଓ ଡିସେମ୍ବର ୨୧ତାରିଖରେ ସେ ଦୁଇଥର ଇଡି ନିକଟରେ ହାଜର ହେବାକୁ ମନା କରିଦେଇଥିଲେ। ଡିସେମ୍ବର ୨୧ ତାରିଖରେ କେଜ୍ରିଓ୍ଵାଲ ଏହି ସମନକୁ ଏଡାଇ ଯାଇ ୧୦ ଦିନିଆ ବିପସନା ଧ୍ୟାନ ଶିବିରରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଅରବିନ୍ଦ କେଜ୍ରିଓ୍ଵାଙ୍କୁ ଏହି ସମନ୍‌ ଜାରି କରାଯାଇଛି, ଦିଲ୍ଲୀ ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତର ଏକ ଅଂଶ ଭାବରେ। ଯାହାକୁ ଦିଲ୍ଲୀ ସରକାର ଦୁର୍ନୀତି ଅଭିଯୋଗ ପରେ ଜୁଲାଇ ୨୦୨୩ରେ ପ୍ରତ୍ୟାହାର କରି ନେଇଥିଲେ। ମଦ ବେପାରୀମାନଙ୍କୁ ଲାଇସେନ୍‌ସ ଦେବା ପାଇଁ ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ଅବକାରୀ ନୀତି କାର୍ଟେଲିଂକୁ ଅନୁମତି ଦେଇଥିଲା ଏବଂ ଏଥିପାଇଁ ଲାଞ୍ଚ ଦେଇଥିବା କେତେକ ଡିଲରଙ୍କୁ ଫାଇଦା ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। ଯାହାକୁ ଆପ୍‌ ବାରମ୍ବାର ଖଣ୍ଡନ କରିଛି।

ତେବେ, ଏହି ମାମଲାରେ ଆପ୍‌ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଦଳର ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button