ଦେଶ
ପାକିସ୍ତାନର ରାଜନୈତିକ ରାଲିରେ ବୋମା ବିସ୍ଫୋରଣ : ୪ ମୃତ – Ibnodisha

[ad_1]
କରାଚୀ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ମଙ୍ଗଳବାର ହୋଇଥିବା ବୋମା ବିସ୍ଫୋରଣରେ ପାକିସ୍ତାନ ତେହରିକ-ଏ-ଇନସାଫର ୩ ସଦସ୍ୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହେବାର କିଛି ଘଣ୍ଟା ପରେ ଏହି ଦଳ ଦ୍ୱାରା ଆୟୋଜିତ ଏକ ବାଇକ୍ ରାଲି ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଦଳର ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଥିବା ଏକ ଭିଡିଓରେ ବେଲୁଚିସ୍ତାନର ପିଟିଆଇ ର ପ୍ରାଦେଶିକ ସାଧାରଣ ସମ୍ପାଦକ ସାଲାର ଖାଁ କାକର କହିଛନ୍ତି, ଏହି ଘଟଣାରେ ୩ ଜଣ ତେହରିକ-ଏ-ଇନସାଫ କର୍ମୀ ସହିଦ ହୋଇଛନ୍ତି ଏବଂ ୭ ଜଣ ଆହତ ହୋଇଛନ୍ତି।ରିପୋର୍ଟ ଅନୁଯାୟୀ, ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି।
[ad_2]



