ରାଜ୍ୟ

ନକଲି ସିବିଆଇ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ – Ibnodisha

[ad_1]

ସୁନ୍ଦରଗଡ଼: ଟାଉନ ପୁଲିସ ଦ୍ବାରା ନକଲି ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ରେଳବାଇରେ ଚାକିରି କରାଇଦେବାକୁ କହି ୪ଜଣଙ୍କ ଠାରୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ ସଂପୃକ୍ତ ଯୁବକ। ଅଭିଯୁକ୍ତ ଯୁବକର ଘର ଟାଉନ ଥାନା ପଣ୍ଡରିଢ଼ିପା ଅଞ୍ଚଳର ଓ ତାର ନାଁ ଉମେଶ ତନ୍ତୀ ବୋଲି ଜଣାପଡ଼ିଛି। ୨୦୨୧ ମସିହାରେ ରେଳବାଇ ବିଭାଗରେ ନର୍ସ, ଟିକେଟ କାଉଣ୍ଟରରେ ଚାକିରି କରିଦେବାକୁ କହି ସବଡେଗା କିରାଲଗା ଅଞ୍ଚଳର ଜଣେ ମହିଳାଙ୍କ ସହାୟତାରେ ଟଙ୍କା ନେଇଥିଲେ। ଚାକିରି ପାଇଁ ୫ ଲକ୍ଷ ଲାଗିବ। ତେବେ ବର୍ତ୍ତମାନ ୫୦ ହଜାର ଦେଲେ ହେବ କହିବା ପରେ ସବଡେଗା ଟାଙ୍ଗରଗାଁ ଅଞ୍ଚଳର ୩ ଜଣ ଝିଅ ଓ ଜଣେ ପୁଅ ୨ ଲକ୍ଷ ୨୫ ହଜାର ଟଙ୍କା ଦେଇଥିଲେ। ଏହାପରେ ବାରମ୍ବାର ଦିନ ଗଡ଼ାଇ ଚାଲିଥିଲେ ନକଲି ଅଧିକାରୀ। ଠକେଇର ଶିକାର ହୋଇଥିବା ଜାଣିବା ପରେ ଯୁବକ ଯୁବତୀ ଆଜି ଟାଉନ ଥାନାରେ ଲିଖିତ ଏତଭା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ସଂପ୍ରୁକ୍ତ ନକଲି ଅଧିକାରୀଙ୍କୁ ସହରର ପଣ୍ଡ୍ରିଢିପାରୁ ଗିରଫ କରି କୋର୍ଟ ଚାଲାଣ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button