ଉଦଘାଟିତ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – Ibnodisha

[ad_1]
ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ଦେଶ ବିଦେଶର ଶତାଧିକ ଲେଖକ ଓ ସାହିତ୍ୟିକ ଯୋଗ ଦେଇଛନ୍ତି। ଏହାସହ ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍ ଉପସ୍ଥିତ ଅଛନ୍ତି। ଏହି ଅବସରରେ ଉପସ୍ଥିତ ଥିବା ଲୋକେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି । ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଓଡିଶା ଆଜି ଭାଷା ପାଇଁ ଏକାଠି ହୋଇଛି । ଓଡିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି । ସମ୍ମିଳନୀରେ ଓଡିଆ ଭାଷାର ଅଧିକ ବ୍ୟବହାର ନେଇ ଅଧିକ ଆଲୋଚନା ହେବ । ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର ଓ ଡକ୍ଟର ପ୍ରତିଭା ରାୟ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ତେବେ ଏହି କାର୍ୟ୍ୟକ୍ରମ ଲାଗି ଦେଶ ବିଦେଶରୁ ୧୦୦ରୁ ଅଧିକ ଶିକ୍ଷାବିତ ଯୋଗ ଦେଇଛନ୍ତି । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ସେସନ ରହିଛି ।
[ad_2]