ରାଜ୍ୟ

ଜାତୀୟ ମାନବ ଅଧିକାର ସାମୁଖ୍ୟ ; ଯାଜପୁର ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ ବୈଠକ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ ତ୍ରିନାଥ ମନ୍ଦିର ଜାରକା ଠାରେ ଜାତୀୟ ମାନବ ଅଧିକାର ସାମୁଖ୍ୟର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସର୍ବଭାରତୀୟ ସ୍ତରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଭାରତୀ ଯୋଗଦାନ କରିଥିଲେ । ଏଥିରେ ଅଣ ସାଙ୍ଗଟିତ ଶ୍ରମିକ ଓ କର୍ମାରୀକଂଗ୍ରେସ ର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଓ ନୃସିଂହ ଚରଣ ମିଶ୍ରଙ୍କୁ ଜାତୀୟ ମାନବ ଅଧିକାର ସାମୁଖ୍ୟର ଉପଦେଷ୍ଟା ଭାବରେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବରେ ସଂଗ୍ରାମ କେଶରୀ ରାୟ, ଧାରଣ ସମ୍ପାଦକ ଭାବରେ ଶ୍ରୀ ରବିନ୍ଦ୍ର କୁମାର ସାହୁ ଓ ମହିଳା ସଂଯୋଜକ ସସ୍ମିତା ଯେନା, ରାଜ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ନାୟକ, ଜିଲ୍ଲା ସଂଯୋଜକ ଜିତୁ ବେହେରା, ବଡଚଣା ବ୍ଲକ୍‍ର ସଂଯୋଜକ ସଂଯୁକ୍ତା ଜେନା, ରସୁଲପୁର ବ୍ଲକ୍‍ର ଅଭୟ ମହାନ୍ତି, ବନ୍ଦନା ମଲ୍ଲିକ, ଧର୍ମଶାଳା ବ୍ଲକ୍‍ର ସୌଭାଗ୍ୟ ରାଉତ ଓ ଅନ୍ୟାନ୍ୟ ବ୍ଲକ୍‍ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଜିର ବୈଠକରେ ସଭାପତିତ୍ୱ କରିଥିଲେ ଜାତୀୟ ମାନବ ଅଧିକାର ସାମୁଖ୍ୟର ଜିଳ୍ଲା ସଭାପତି ଶ୍ରୀ ନାରାୟଣ ମଲ୍ଲିକ । ଅନ୍ୟାୟ ଦୁର୍ନୀତି ଲୋକ ମାନଙ୍କ ଅଧିକାର କୁ ଲୋକ ମାନକ ନିକଟରେ ପହଞ୍ଚାଇ ସେମାନଙ୍କ ହକ ଅଧିକାର କୁ ସlବସ୍ତ କରିବା ପାଇଁ ମାନାଧିକାର କର୍ମୀ ମାନେ ଶପଥ ନେଇଥିଲେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button