ରାଜ୍ୟ

ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ମାଟ୍ରିକ୍ ପରୀକ୍ଷାର୍ଥୀ – Ibnodisha

[ad_1]

ଭୁବନେଶ୍ୱର: ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା । ଏହି ପରୀକ୍ଷାକୁ ବ୍ୟବସ୍ଥିତ ଭାବେ ପରିଚାଳିତ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛି ବୋର୍ଡ । ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ । ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପରୀକ୍ଷା ହଲ୍‌କୁ ପ୍ରବେଶ ଅନୁମତି ମିଳିବନାହିଁ ।

କେବଳ ସେତିକି ନୁହେଁ, ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ । ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଟିକିନିଖି ତଦାରଖ କରିବେ ପର୍ଯ୍ୟବେକ୍ଷକ । ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ । ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, ସାଢ଼େ ୭ଟାରେ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ନିଜ ସ୍ଥାନରେ ବସିବେ । ୮ଟା ସୁଦ୍ଧା ସମସ୍ତେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଯିବେ । ତେବେ ଆଉ ୧୫ ମିନିଟ୍ ଅଧିକ ସମୟ ରଖାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button